ଭୁବନେଶ୍ୱର:ଗତ ବର୍ଷ ମାର୍ଚ୍ଚ ମାସରୁ ସମ୍ପୂର୍ଣ୍ଣ ବନ୍ଦ ରହିବା ପରେ ଗତ ଅକ୍ଟୋବର ମାସରୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ପ୍ରେକ୍ଷାଳୟ ଚଳାଇବାକୁ ସରକାର ଅନୁମତି ଦେଇଥିଲେ, ଯାହା ଫଳରେ ମାଲିକ ମାନେ ଆର୍ଥିକ କ୍ଷତି ର ସମ୍ମୁଖୀନ ହେଉଥିଲେ।ଏହାକୁ ହୃଦୟଙ୍ଗମ କରି ସରକାର ଆସନ୍ତାକାଲି ଅର୍ଥାତ ଫେବୃୟାରୀ ୧ତାରିଖ ଠାରୁ ୧୦୦ ପ୍ରତିଶତ (ହାଉସ ଫୁଲ) ଦର୍ଶକଙ୍କୁ ନେଇ ଚଳଚିତ୍ର ପ୍ରେକ୍ଷାଳୟ ଗୁଡିକୁ ଚଳାଇ ପାରିବେ ବୋଲି ଅନୁମତି ପ୍ରଦାନ କରିଛନ୍ତି।ମାତ୍ର ଏହି ସମୟରେ କୋଭିଡ୧୯ ମାର୍ଗଦର୍ଶିକା କୁ କଡ଼ାକଡ଼ି ଭାବରେ ଅନୁପାଳନ କରିବାକୁ ନିର୍ଦ୍ଧେଶ ଦିଆଯାଇଛି।ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ପ୍ରେକ୍ଷାଳୟ ର ବାହାର ପରିସରରେ ସାମାଜିକ ଦୂରତା ବଜାୟ ରଖିବେ।ଆସୁଥିବା ସମସ୍ତ ବ୍ୟକ୍ତି ମାସ୍କ ପରିଧାନ କରିବେ।ପ୍ରେକ୍ଷାଳୟ ପରିସରରେ ଛେପ ପକାଇବେ ନାହିଁ।ଏହାକୁ ଅବମାନନା କଲେ କୋଭିଡ୧୯ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
