ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଘଭ ଭବ୍ୟା ଲାଲଙ୍କୁ ନାସାର କାମଚଳା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ଇଞ୍ଜିନିୟରିଂ ଓ ସ୍ପେଶ ଟେକ୍ନୋଲୋଜିରେ ବିପୁଳ ଅଭିଜ୍ଞତା ପାଇଁ ତାଙ୍କୁ ନାସାର କାମଚଳା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ସେ ୨୦୦୫ରୁ ୨୦୨୦ ପର୍ଯ୍ୟନ୍ତ ନାସାର ରିସର୍ଚ୍ଚ ଷ୍ଟାଫଭାବେ କାର୍ଯ୍ୟ କରୁଥିଲେ । ଲାଲ୍ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଦ୍ୱାରା ନାସାରେ ଚେଞ୍ଜ୍ ରିଭ୍ୟୁ ଦଳର ସଦସ୍ୟ ଅଛନ୍ତି ଏବଂ ବାଇଡେନ୍ ପ୍ରଶାସନ ଅନ୍ତର୍ଗତ ଏଜେନ୍ସିରେ ପରିବର୍ତ୍ତନ ସମ୍ୱନ୍ଧୀୟ କାର୍ୟ୍ୟକୁ ତଦାରଖ କରୁଛନ୍ତି।
