କୋଲକାତା: ପଶ୍ଚିମବଙ୍ଗର ଭେଟେରାନ ରଣଜୀ ଖେଳାଳି ଅଶୋକ ଦିଣ୍ଡା ସବୁ ଫର୍ମାଟ୍ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ସେ ଭାରତ ପକ୍ଷରୁ ୧୩ଟି ଦିନିକିଆ ଖେଳି ୧୨ଟି ୱିକେଟ୍ ଓ ୯ଟି ଟି-ଟ୍ୱେଣ୍ଟି ଖେଳି ୧୭ଟି ୱିକେଟ୍ ଅକ୍ତିଆର କରିଥିଲେ । ବେଙ୍ଗଲ୍ ପକ୍ଷରୁ ଖେଳି ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୪୨୦ଟି ୱିକେଟ୍ ଅକ୍ତିଆର କରିଥିଲେ । ହେଲେ ଗତ କିଛି ବର୍ଷ ହେଲା ବେଙ୍ଗଲ୍ କ୍ରିକେଟ୍ ସହ ତାଙ୍କର ମତ ପାର୍ଥକ୍ୟ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା । ଗତ ବର୍ଷ ବେଙ୍ଗଲ୍ ଦଳରୁ ବାଦ ପଡ଼ିବା ପରେ ସେ ଗୋଆ ପକ୍ଷରୁ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ଗତ ରଣଜୀ ସିଜନ ପୂର୍ବରୁ ଦିଣ୍ଡା ଓ ବୋଲିଂ କୋଚ ରାଣାଦେବ ବୋଷଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ଏହାପରେ ଦିଣ୍ଡାଙ୍କୁ ବେଙ୍ଗଲ୍ ଦଳରୁ ବାଦ ଦିଆଯାଇଥିଲା । ତାଙ୍କ ଅନୁପସ୍ଥିତିରେ ବେଙ୍ଗଲ୍ ଦଳ ଗତବର୍ଷ ରନର୍ସ ଅପ୍ ହୋଇଥିଲା ।
