ବଜାରକୁ ଶପିଂ କରିବାକୁ ଯାଉଥିଲେ ଆପଣଙ୍କ ଲାଗି ରହିଛି ଖୁସିଖବର । ଶପିଂ ପରେ ପେମେଣ୍ଟ ଲାଗି ନା ଡେବିଟ କାର୍ଡ, ନା ଫୋନର କୌଣସି ଆପର ଆବଶ୍ୟକତା ରହିବ । ଏନେଇ କାର୍ଯ୍ୟକରିବ ହାତଘଣ୍ଟା । ଭାରତରେ ପ୍ରଥମ ଥର ଲାଗି ଲୋକପ୍ରିୟ କମ୍ପାନୀ ଟାଇଟନ କଣ୍ଟାକ୍ଟଲେନ୍ସ ପେମେଣ୍ଟ ଲାଗି ୫ଟିଘଣ୍ଟା ଲଞ୍ଚ କରିଛି । ଏନେଇ କମ୍ପାନୀ ପକ୍ଷରୁ ଭାରତୀୟ ଷ୍ଟେଟବ୍ୟାଙ୍କ ସହିତ ଚୁକ୍ତି କରିଯାଇଛି । ତେବେ ପେମେଣ୍ଟ କରିବା ସମୟରେ ଆପଣଙ୍କୁ କେବଳ ପିଓଏସ ମେସିନ ଜରିଆରେ ଟାଇଟନ ପେ ପାୱାର୍ଡ ୱାଚକୁ ଟ୍ୟାପ କରିବାକୁ ପଡ଼ିବ । ଯାହାଫଳରେ ଅତି ସହଜରେ ଆପଣଙ୍କ କଣ୍ଟାକ୍ଟଲେନ୍ସ ପେମେଣ୍ଟ ସଫଳ ହୋଇପାରିବ । ଏହି ସୁବିଧା କେବଳ ଏସବିଆଇ କାର୍ଡଧାରୀଙ୍କୁ ମିଳିପାରିବ । ଘଣ୍ଟାରେ ଦିଆଯାଇଥିବା ପେମେଣ୍ଟ ସୁବିଧା ଏନଏଫସି ଜରିଆରେ କାମ କରିପାରିବ । ପିଓଏସ ମେସିନ ଉବଲବ୍ଧ ଥିଲେ ଏହି ସୁବିଧା ଯେକୌଣସି ମୁହୂର୍ତ୍ତରେ ଆପଣ କରିପାରିବେ । ଯଦି ଏହି ସୁବିଧାରେ ଆପଣ ୨୦୦୦ଟଙ୍କା ଯାଏ ପେମେଣ୍ଟ କରିବାକୁ ଯାଉଛନ୍ତି ତେବେ ବିନା ପିନରେ ଘଣ୍ଟା ଟ୍ୟାପ କରିବା ଦ୍ୱାରା ପେମେଣ୍ଟ ହୋଇଯାଇପାରିବ । ମାତ୍ର ୨୦୦୦ଟଙ୍କାରୁ ଅଧିକ ପେମେଣ୍ଟ କରିବାକୁ ଚାହୁଁଛନ୍ତି ତେବେ ପିନ ଦେବା ବାଧ୍ୟତାମୂଳକ । ଟାଇଟନର ଏହି ନୂତନ ସିରିଜ ଲାଗି ପୁରୁଷଙ୍କ ଲାଗି ୩ ଓ ମହିଳାଙ୍କ ଲାଗି ୨ପ୍ରକାର ଷ୍ଟାଇଲର ଘଣ୍ଟା ବଜାରକୁ ଲଞ୍ଚ ହୋଇଛି । ପୁରୁଷଙ୍କ ଲାଗି ଘଣ୍ଟାର ମୂଲ୍ୟ ୨,୯୯୫ ଟଙ୍କା, ୩,୯୯୫ଟଙ୍କା ଓ ୫,୯୯୫ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ମହିଳାଙ୍କ ଲାଗି ୩,୮୯୫ଟଙ୍କ ଓ ୪,୩୯୫ଟଙ୍କା ମୂଲ୍ୟ ରହିଛି । କଳା ଓ ଧୂଷର ରଙ୍ଗର ବ୍ୟାଣ୍ଡ ସହ ଏହାର ଲୁକ ବେଶ ଆକର୍ଷଣୀୟ ରହିଛି ।
