ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା । ଗୁରୁବାର ଦିନ ସକାଳୁ ରାସ୍ତା କଡ଼ରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ମୃତ ଦେହ। ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରେ ପଡ଼ଛି ମୃତଦେହ। ଘଟଣାସ୍ଥଳରେ କମିଶନରେଟ୍ ପୁଲିସର ଏକ ଟିମ୍ ପହଁଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ମହିଳାଙ୍କୁ ହତ୍ୟା କରିବା ପରେ କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମୃତଦେହ ନିକଟରୁ ମହିଳାଙ୍କ ବସ୍ତ୍ର ଓ ବେଡସିଟ୍ ଜବତ କରାଯାଇଛି। ଘଟଣାସ୍ଥଳରେ କମିଶନରେଟ ପୋଲିସର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମହିଳା ଜଣକ କିଏ, ତାଙ୍କୁ କିଏ ହତ୍ୟା କରିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ମହିଳାଙ୍କ ମୁଣ୍ଡ ନଥିବାରୁ ତାଙ୍କ ପରିଚୟ ମିଳିବା ସମ୍ଭବ ହୋଇପାରିନାହିଁ।
