ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶୁକବ୍ରାର ନୂଆ କ୍ରେଡିଟ୍ ପଲିସିର ସମୀକ୍ଷା କରିଛି । ଆରବିଆଇ ଏଥର ସୁଧ ଦରରେ କୌଣସି ପରିବର୍ତ୍ତନ କରିନାହିଁ । ସାଧାରଣ ବଜେଟ୍ ପରେ ଆଶା କରାଯାଉଥିଲା ମଧ୍ୟବିତ୍ତ ପରିବାରକୁ ପୁଣିଥରେ ନିରାଶ ହେବାକୁ ପଡିବ । ଆରବିଆଇ ଗର୍ଭନର ଶକ୍ତିକାନ୍ତ ଦାସ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି । ଆରବିଆଇ ସୁଧ ଦରରେ କୌଣସି ପରିବର୍ତ୍ତନ କରିନାହିଁ । ଏହାର ଅର୍ଥ ରେପୋ ରେଟ୍ ଏବେ ମଧ୍ୟ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ ରହିବ । ଉଲ୍ଲେଖନୀୟ ଯେ, ସାଧାରଣ ବଜେଟ୍ ୨୦୨୧-୨୦୨୨ ଆଗତ ହେବାପରେ ପ୍ରଥମ ଥର ରିଜର୍ଭ ବ୍ୟାଙ୍କ କ୍ରେଡିଟ୍ ପଲିସିର ସମୀକ୍ଷା କରିଥିଲା। ରିଜର୍ଭ ବ୍ୟାଙ୍କ ଆଗାମୀ ଆର୍ଥିକ ବର୍ଷ ୨୦୨୧-୨୨ରେ ଜିଡିପିରେ ୧୦.୫ ପ୍ରତିଶତ ବୃଦ୍ଧିର ଅନୁମାନ କରିଥିଲା। ଉଲ୍ଲେଖନୀୟ ଯେ, ବଜେଟରେ ଏହା ୧୧ ପ୍ରତିଶତ ହେବାର ଅନୁମାନ କରାଯାଉଥିଲା।
