ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ବିଶେଷ ଖବର

ସୋନପୁର : ସୁବର୍ଣ୍ଣପୁର ଜିଲା ବିନିକା ଥାନା ବଳାରଙ୍ଗ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ପ୍ରେମୀ ଯୁଗଳ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ସୂଚନାନୁଯାୟୀ, ଉକ୍ତ ଗ୍ରାମର ଅଚ୍ୟୁତ ଭୋଇ(୨୨)ଙ୍କର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ମାତ୍ର ଅଚ୍ୟୁତଙ୍କ ପରିବାର ଲୋକେ ତାଙ୍କର ଅନ୍ୟତ୍ର ବିବାହ ଠିକ୍‌ କରିଥିଲେ। ଆସନ୍ତା ୩୦ରେ ବିବାହ ହୋଇଥାନ୍ତା। ଏହାକୁ ନେଇ ଅଚ୍ୟୁତ ଓ ନାବାଳିକା ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ବୁଧବାର ରାତିରେ ଅଚ୍ୟୁତଙ୍କ ବାଡ଼ି ପଛପଟେ ଉଭୟ ବିଷପାନ କରିଥିଲେ। ପରିବାର ଲୋକେ ଏହା ଜାଣିପାରି ଉଭୟଙ୍କୁ ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଛି।