ସରକାର ସଚିନ ଓ ଲତାଙ୍କ ଖ୍ୟାତିକୁ ବାଜି ଲଗାଇଛନ୍ତି: ରାଜ ଥାକରେ

ସରକାର ସଚିନ ଓ ଲତାଙ୍କ ଖ୍ୟାତିକୁ ବାଜି ଲଗାଇଛନ୍ତି: ରାଜ ଥାକରେ

ଜାତୀୟ ଖବର

ମୁମ୍ବାଇ: ଚାଷୀ ଆନେ୍ଦାଳନକୁ କିଛି ବିଦେଶୀ ସେଲିବି୍ରଟି ସାମାଜିକ ଗଣମାଧ୍ୟମରେ କରୁଥିବା ସମର୍ଥନକୁ ଫିକା ପକାଇବା ଲାଗି ସରକାର ସଚିନ ତେନ୍ଦୁଲକର ଓ ଲତା ମଙ୍ଗେସକରଙ୍କୁ ବିନିଯୋଗ କରିବା ଆଦୌ ଉଚିତ ନଥିଲା ବୋଲି ଏମଏନଏସ ମୁଖ୍ୟ ରାଜ ଥାକରେ କହିଛନ୍ତି । ଯଦି ଆମେରିକୀୟ ପପ ଗାୟିକା ରିହାନ୍ନା ଓ ଅନ୍ୟମାନେ ଚାଷୀ ଆନେ୍ଦାଳନକୁ ସମର୍ଥନ କରିବା ଘଟଣା ଭାରତର ଆଭ୍ୟନ୍ତରୀଣ ସମସ୍ୟାକୁ ପ୍ରଭାବିତ୨ କରିପାରୁଛି ବୋଲି ସରକାର ଭାବୁଛନ୍ତି, ତେବେ ଅତୀତରେ ଆମେରିକାର ପ୍ରାକ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଲୋଗାନ ଦେବା ଘଟଣା ମଧ୍ୟ ସେଠାରେ ସମସ୍ୟା ସୃଷ୍ଟି କରିଥିବ ବୋଲି ବିଚାରିବା ଉଚିତ ବୋଲି ଥାକରେ କହିଛନ୍ତି ।