ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ବଳୟ ଲାଗି ଆଜି ହେବ ଜନଶୁଣାଣୀ

ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ବଳୟ ଲାଗି ଆଜି ହେବ ଜନଶୁଣାଣୀ

ରାଜ୍ୟ ଖବର

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ବଳୟ ଲାଗି ଆଜି ହେବ ଜନଶୁଣାଣୀ। ଜମି ଅଧିଗ୍ରହଣ ନେଇ ପୁନର୍ବାସ ଓ ଥଇଥାନ ନିୟମ ଅନୁଯାୟୀ ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯିବ। ଏଥିପାଇଁ ନୀଳାଦ୍ରି ଭକ୍ତ ନିବାସରେ ଜନଶୁଣାଣୀ ନେଇ ବିସ୍ଥାପିତଙ୍କୁ ଆମନ୍ତ୍ରଣ କରାଯାଇଛି। ୭୫ ମିଟର ସୁରକ୍ଷା ବଳୟ ଭିତରୁ ପ୍ରାୟ ୮୦ ପ୍ରତିଶତ ଉଚ୍ଛେଦ ସରିଥିବା ବେଳେ ୩୦ ଜଣ ବିସ୍ଥାପିତ ପ୍ରଶାସନର ସ୍ୱତନ୍ତ୍ର ପ୍ୟାକେଜକୁ ଗ୍ରହଣ କରିନାହାନ୍ତି। ଆଜି ସେମାନଙ୍କ ସହ ଆଲୋଚନା କରି ଚୁଡାନ୍ତ କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ। ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ସୁରକ୍ଷା ବଳୟର ଉନ୍ନତିକରଣ ପାଇଁ ଆଜି ଜନଶୁଣାଣୀ କରାଯିବ। ବାସେଳୀସାହି, ମଣିକର୍ଣ୍ନିକା ସାହି, କାଳିକାଦେବୀ ସାହି, ଦୋଳମଣ୍ଡପ ସାହି ଓ ଚୁଡଙ୍ଗ ସାହି ମୌଜାରୁ ବିସ୍ଥାପିତ ଲୋକଙ୍କୁ ନେଇ ଏହି ଜନଶୁଣାଣୀ ହେବ। ବିସ୍ଥାପିତ ହେବାକୁ ଥିବା ପ୍ଲଟ ମାଲିକ ଜମି ଅଧିଗ୍ରହଣ ଓ ତତଜନିତ ସାମାଜିକ ପ୍ରଭାବ ସମ୍ପର୍କରେ ଜନଶୁଣାଣୀରେ ନିଜର ମତାମତ ଉପସ୍ଥାପନ କରିଵେ।