ଧୂମପାନ ନୀରବ ଘାତକ ପରି କାମ କରିଥାଏ । ସର୍ବେକ୍ଷଣରୁ ପ୍ରକାଶିତ ଯେ ପ୍ରତି ୨୦ ଜଣରେ ୯ ଜଣ ଲୋକ ଧୂମପାନ ଅଭ୍ୟାସ ଛାଡ଼ିବା ପାଇଁ କେବଳ ପ୍ରତିଶ୍ରୁତି କରିଥାନ୍ତି, ବାସ୍ତବରେ ଏହି ଅଭ୍ୟାସକୁ ସେମାନେ ତ୍ୟାଗ କରିପାରନ୍ତି ନାହିଁ । ତେବେ ଏଥିରୁ ନିବୃତ ହେବା ପାଇଁ ଆମେ କେତେକ ସରଳ ଉପାୟ ଅବଲମ୍ବନ କରିପାରିବା । 1. ଧୂମପାନ କରିବାକୁ ଇଚ୍ଛା ହେଲେ ଲେମ୍ବୁ ପାଣିରେ ଚିମୁଟାଏ କଳା ଲୁଣ ମିଶାଇ ପିଅନ୍ତୁ । ଏଥିରେ ମହଜୁଦ ଥିବା ସଲଫର ଧୂମପାନର ଇଚ୍ଛାକୁ ହ୍ରାସ କରେ । ନିୟମିତ ଭାବରେ ଏହି ଉପାୟ କରିବା ଲାଭପ୍ରଦ । 2. ଅଁଳା ଖଣ୍ଡକୁ ଲୁଣ ମିଶାଇ କିଛି ଦିନ ଖରାରେ ଶୁଖାଇ ରଖିବେ । ଧୂମପାନର ଇଚ୍ଛା ହେଲେ ଏହାକୁ ଚୋବାଇବା ଉଚିତ । ଏଥିରେ ଥିବା ଭିଟାମିନ ସି ଧୂମପାନ କରିବାର ଇଚ୍ଛାକୁ ନିୟନ୍ତ୍ରଣ କରୁଥିବାର ବିଶେଷଜ୍ଞଙ୍କ ମତ । 3. ସିଗାରେଟ୍ ପିଇବାକୁ ଇଚ୍ଛା ହେଲେ ଡାଲଚିନି ଖଣ୍ଡେ ପାଟିରେ ପକାନ୍ତୁ । ପ୍ରତ୍ୟହ ଏହି ଅଭ୍ୟାସ କଲେ ଧୂମପାନରୁ ମୁକ୍ତିି ମିଳିବ । 4. ନିୟମିତ ଜଳଖିଆରେ ଓଟସ୍ ଖାଇଲେ ମଧ୍ୟ ଧୂମପାନରୁ ମୁକ୍ତି ମିଳିଥାଏ ।
