କଟକ: ଆସନ୍ତା ୧୫ ତାରିଖରେ କଂଗ୍ରେସ୍ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ସକାଳ ୭ ଟାରୁ ଅପରାହ୍ଣ ୧ ଟା ପର୍ୟ୍ୟନ୍ତ ସାରା ରାଜ୍ୟର ଆନ୍ଦୋଳନ କରିବ କଂଗ୍ରେସ । ଏହାକୁ ଦେଖି ସେହିଦିନ ଲର୍ଣ୍ଣିଂ ଲାଇସେନ୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ପାଇଁ ବୁକିଂ ହୋଇଥିବା ସମସ୍ତ ସ୍ଲଟ୍କୁ ବାତିଲ୍ କରି ଦିଆଯାଇଛି । ସେହିଦିନ ବୁକିଂ ହୋଇଥିବା ସ୍ଲଟ୍ଧାରୀ ୨୨ ତାରିଖରେ ପରୀକ୍ଷା ଦେଇପାରନ୍ତି ବୋଲି ଆପାତତଃ ସ୍ଥିର ହୋଇଥିବା ପରିବହନ କମିସନରଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯେହେତୁ ଭାରତ ବନ୍ଦ ଡାକରା ଯୋଗୁଁ ସ୍ଲଟ୍ଧାରୀମାନଙ୍କର ଆସିବାରେ ସମସ୍ୟା ହେବ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଏସ୍ଟିଏ ପକ୍ଷରୁ କୁହାଯାଇଛି ।
