ଯାଜପୁର: ଯାଜପୁର ବୈରୀ ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ମନା କରିବାରୁ ପେଟ୍ରୋଲ ପମ୍ପ ଉପରକୁ ବୋମାମାଡ କରିବା ସହ ବିତରକଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମୋଟରସାଇକେଲରେ ଦୁଇଜଣ ଯୁବକ ତେଲ ଭରିବା ପାଇଁ ଷ୍ଟେସନରେ ପହଞ୍ଚି ପେଟ୍ରୋଲ ଭରିବାକୁ କହିଥିଲେ। ତେବେ ଷ୍ଟେସନ ବନ୍ଦ ଥିବାରୁ ବିକ୍ରେତା ତେଲ ଭରିବାକୁ ମନା କରିଦେଇଥିଲେ। ଏହାଦ୍ବାରା ଦୁର୍ବୃତ୍ତ ଦ୍ବୟ ବିକ୍ରେତାଙ୍କୁ ଆକ୍ରମଣ କରିଥିଲେ ଏବଂ ପେଟ୍ରୋଲ ପମ୍ପ ଉପରେ ବୋମା ଫିଙ୍ଗିଥିଲେ। ବୈରୀ ପୋଲିସ ଦୁହିଁଙ୍କୁ ଅଟକ ରଖିଛି । ପୋଲିସ ଏକ ମୋଟରସାଇକେଲ ଏବଂ ବିସ୍ଫୋରକ ମଧ୍ୟ ଜବତ କରିଛି।
