କେମିିତି ପ୍ରସ୍ତୁତ କରିବେ ବଟର ଚିଙ୍ଗୁଡ଼ି ଜାଣନ୍ତୁ

କେମିିତି ପ୍ରସ୍ତୁତ କରିବେ ବଟର ଚିଙ୍ଗୁଡ଼ି ଜାଣନ୍ତୁ

ହାଣ୍ଡିଶାଳ

ଆବଶ୍ୟକ ସାମଗ୍ରୀ ଚିଙ୍ଗୁଡ଼ି –୬୦୦ଗ୍ରାମ ବଟର – ୨ ଚାମଚ କଟା ପିଆଜ – ୨ଟି କ୍ଷୀର ସର – ୧ ଚାମଚ ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ କଟା ଟମାଟୋ – ୧ଟି ତେଲ – ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ ଲୁଣ – ଆବଶ୍ୟକ ପରିମାଣରେ ଗରମ ମସଲା ଗୁଣ୍ଡ – ୧ ଚାମଚ ଜିରା ଗୁଣ୍ଡ – ୧ ଚାମଚ ଧନିଆ ଗୁଣ୍ଡ – ୧ ଚାମଚ କଞ୍ଚା ଲଙ୍କା – ୩ଟି କଟା ଧନିଆ ପତ୍ର – ଅଳ୍ପ ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ହଳଦୀ ଗୁଣ୍ଡ ଗୋଳାଇ ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଭଲ ଭାବେ ଚିଙ୍ଗୁଡ଼ିକୁ ଭାଜି ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କଡ଼େଇରେ ଆଉ କିଛି ତେଲ ପକାନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେବା ପରେ ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଭଲ ଭାବେ କଷନ୍ତୁ। ଭଲ ଭାବେ କଷି ହେବା ପରେ ଗୋଟା କଞ୍ଚା ଲଙ୍କା, ଟମାଟୋ, ଭଜା ହୋଇଥିବା ଚିଙ୍ଗୁଡ଼ି , ଅଳ୍ପ ପାଣି ଦେଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ୨ ମିନିଟ ହେବା ପରେ ଏଥିରେ ବଟର, ସର ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ଗରମ ମସଲା, ଧନିଆ ପତ୍ର ପକାଇ ୨ରୁ ୫ ମିନିଟ ଗ୍ୟାସରେ ବସାଇ ଓହ୍ଲାଇ ଦିଅନ୍ତୁ।