ଯଦି ନାରୀଟିଏ ନିଜ ହାତରେ ସବୁଜ ରଙ୍ଗର ଛୁଡ଼ି ପିନ୍ଧେ, ତେବେ ଦାମ୍ପତ୍ୟ ଜୀବନରେ ଭଲ ପାଇବା ବୃଦ୍ଧି ହୋଇଥାଏ। ନିଜ ଶୋଇବା ଘରର କାନ୍ଥ ଗୋଲାପି କିମ୍ବା ଫିକା ହଳଦିଆ ରଙ୍ଗର ହେଲେ ବହୁତ ଭଲ ହୋଇଥାଏ। ପତ୍ନୀ, ପତିର ସର୍ବଦା ବାମ ପଟେ ଶୋଇବା ଉଚିତ। ଏହା ଦ୍ୱାରା ସଂପର୍କ ସୁଦୃଢ ହୋଇଥାଏ। ଶୋଇବା ଘରେ ଠାକୁରଙ୍କ ଫଟୋ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଅଶାନ୍ତି ଲାଗି ରହିଥାଏ। ପତିପତ୍ନୀ ନିଜ ଖାଦ୍ୟ ଖାଇବା ପୂର୍ବରୁ ସେଥିରୁ କିଛି କାଢି ଚଢେଇଙ୍କୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ପରସ୍ପର ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ। ଘର ପାଇଁ ଅଟା କେବଳ ସୋମବାର ପେଷିବାକୁ ଦିଅନ୍ତୁ। ପେଷିବା ପରେ ଏଥିରେ କିଛି ଚଣା ମିଶାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ସୁସଂପର୍କ ରହିଥାଏ। ପତିପତ୍ନୀ ସର୍ବଦା ଏକତ୍ରିତ ହୋଇ ପୂଜା କରନ୍ତୁ। ନିଜ ଶୋଇବା କକ୍ଷରେ ଶାମୁକା ରଖନ୍ତୁ। ଶୁକ୍ରବାର ପତିପତ୍ନୀ ପରସ୍ପରଙ୍କୁ ପରଫ୍ୟୁମ ଉପହାର ଦିଅନ୍ତୁ। ନିଜ ଶୋଇବା କକ୍ଷରେ ଖଟ ତଳେ କୌଣସି ଦ୍ରବ୍ୟ ରଖନ୍ତୁ ନାହିଁ। ଶୟନ କକ୍ଷରେ ପରଲୋକଙ୍କ ଚର୍ଚ୍ଚା କରିବା ଉଚିତ ନୁହେଁ। ନିଜ ବିବାହ ସମୟର ଫଟୋ ଶୟନ କକ୍ଷରେ ପୂର୍ବ ଦିଗରେ ଲଗାନ୍ତୁ। ମାତ୍ର ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ। ପତି-ପତ୍ନୀ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ। ପତି-ପତ୍ନୀ ବ୍ୟବହାର କରୁଥିବା ଖଟ କାଠରେ ନିର୍ମିତ ହେବା ଆବଶ୍ୟକ। ଠାକୁରଙ୍କ ଘରେ ଶିବ-ପାର୍ବତୀଙ୍କ ସମ୍ପୂର୍ଣ୍ଣ ପରିବାରର ଫଟୋ ରଖି ପୂଜା କରନ୍ତୁ। ଠାକୁର ଘରେ ବଂଶୀ ନିଶ୍ଚୟ ରଖନ୍ତୁ। ଏହା ଦ୍ୱାରା ପରିବାରର ସୁଖଶାନ୍ତିର ବାତାବରଣ ଓ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।
