ଏହି ସବୁ ଛୋଟ ଛୋଟ କଥାରେ ଭାଙ୍ଗିଯାଏ ପ୍ରେମ ଜାଣନ୍ତୁ ଏହାର କାରଣ କଣ ?

ଏହି ସବୁ ଛୋଟ ଛୋଟ କଥାରେ ଭାଙ୍ଗିଯାଏ ପ୍ରେମ ଜାଣନ୍ତୁ ଏହାର କାରଣ କଣ ?

ବିଶେଷ ଖବର

ଆଜିକାଲି ପ୍ରେମପୂର୍ଣ୍ଣ ସଂପର୍କ କ୍ଷଣିକରେ ଭାଙ୍ଗିଯାଉଛି । ହେଲେ ପୂର୍ବରୁ ସଂପର୍କରେ ଖୁବ୍‌ ଦୃଢ଼ତା ଥିଲା ଏବଂ ଲୋକେ ଏହାକୁ ବଳବତ୍ତର ରଖୁଥିଲେ । କିନ୍ତୁ ଆଜିକାଲି ଏହା ହୋଇପାରୁନି । ଅନେକ ଥର ଦେଖିବାକୁ ମିଳୁଛି କି ଲୋକେ ନିଜର ସଂପର୍କକୁ ମଜବୁତ୍‌ କରିବା ବଦଳରେ ଖରାପ କରିଦେଇଥାନ୍ତି ଏବଂ ଏହା କାରଣରୁ ସେମାନେ ଅଧିକ ସମୟ ଯାଏ ଏକ ସୁନ୍ଦର ସଂପର୍କ ସହ ରହିପାରନ୍ତି ନାହିଁ । ଏକ ଭଲ ସଂପର୍କରେ ଥାଇ , ପରସ୍ପର ଭିତରେ ପ୍ରେମ ଥିବା ସତ୍ତ୍ୱେ ମଧ୍ୟ ଦୂରତା ଆସିଯାଇଥାଏ ଏବଂ ଏହାକୁ ନିଜେ ମଧ୍ୟ ଜାଣି ପାରନ୍ତି ନାହିଁ ଏହା କାହିଁକି ହେଉଛି । ବ୍ରେକ୍‌ଅପ୍‌ର କାରଣ ଗୋଟିଏ ନୁହେଁ ଅନେକ ଗୁଡ଼ିଏ କାରଣ ରହିଛି । ଆସନ୍ତୁ ଜାଣିବା – ୧-ଅତ୍ୟଧିକ ଆଶା କରିବା– ଅନେକ ସମୟରେ ଦମ୍ପତିମାନେ ପରସ୍ପର ଠାରୁ ଅଧିକ କିଛି ଆଶା କରିଥାନ୍ତି । ଯେଉଁ କାରଣରୁ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ। ଆରମ୍ଭରେ ସମସ୍ତଙ୍କୁ ନିଜ ସଂପର୍କରେ କିଛି ଆଶା କରିନଥାନ୍ତି। କିନ୍ତୁ ଯେମିତି ଏହି ସଂପର୍କ ଆଗକୁ ବଢ଼େ ସେତିକି ଆପଣଙ୍କର ଇଚ୍ଛା ମଧ୍ୟ ବଢ଼ିଯାଏ। ସାମନାରେ ବ୍ୟକ୍ତି ପାଇଁ ଏହାକୁ ପୁରା କରିବା କଠିନ ହୋଇପଡ଼େ। ଯେଉଁ କାରଣରୁ ଅନେକ ଥର ସଂପର୍କରେ ଫାଟ ସୃଷ୍ଟି ହୁଏ । ସଂପର୍କ ଭାଙ୍ଗିବା ପର୍ୟ୍ୟନ୍ତ ଆସିଯାଏ । ୨- ଭୁଲ୍‌ ବୁଝାମଣା – ସବୁ ଦମ୍ପତିଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ହେବା ଏକ ସାଧାରଣ କଥା । ସଂପର୍କ ବେଳେବେଳେ ଏହି କାରଣରୁ ଭାଙ୍ଗି ଯାଏ । ଅନେକ ଥର ଲୋକେ ନିଜର ଲାଇଫ୍‌ରେ ଏକେ ବ୍ୟସ୍ତ ହୋଇଯାନ୍ତି , ଯେଉଁଥି ପାଇଁ ପରସ୍ପରକୁ ସମୟ ଦେଇପାରନ୍ତି ନାହିଁ ଏବଂ ଏହି ସ୍ଥିତିରେ ସେମାନଙ୍କ ଭିତରେ ମତଭେଦ ସୃଷ୍ଟି ହୁଏ ଏବଂ ଭୁଲ୍‌ ବୁଝମଣା ବଢ଼ିବାକୁ ଲାଗେ । ଯେବେ ଏହି ଭୁଲ୍ ବୁଝାମଣା ଖୁବ୍‌ ବଢ଼ିଯାଏ । ସେତେବେଳେ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଏ । ୩- ଗର୍ବ – ପ୍ରେମ ବା ମଧୁର ସଂପର୍କରେ ଗର୍ବ କରିବା ଭଳି କୌଣସି କଥା ରଖିବା ଉଚିତ୍‌ ନୁହେଁ , ସେ ପୁଅ ହୁଅନ୍ତୁ ବା ଝିଅ । ଏହା ଏକ ସୁନ୍ଦର ସଂପର୍କକୁ କ୍ଷଣିକରେ ଧୂଳିସାତ୍‌ କରିଦେଇପାରେ । ଏଣୁ ଆପଣ ଦୁହେଁ ପରସ୍ପର ଭିତରେ ଏହି ଜିନିଷକୁ ଆଣିବାକୁ ଦିଅନ୍ତୁ ନାହିଁ , ଯାହାକି ଆପଣଙ୍କର ସଂପର୍କ ଆହୁରୁ ଭରସା ସହ ଆଗକୁ ବଢ଼ି ପାରିବ । ୪- ବିଶ୍ୱାସ କମିଯିବା – ଅନେକ ସମୟରେ ଏମିତି ଦେଖିବାକୁ ମିଳିଥାଏ କି ଦମ୍ପତି ପରସ୍ପର ଭିତରେ ବହୁତ ପ୍ରେମ କରିଥାନ୍ତି । କିନ୍ତୁ ସେ ସାମନାରେ ଥିବା ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରିପାରନ୍ତି ନାହିଁ । ଅଧିକାଂଶ ଦମ୍ପତିଙ୍କ କ୍ଷେତ୍ରରେ ଏହି ବିଶ୍ୱାସ ଅବିଶ୍ୱାସକୁ ନେଇ ଝଗଡ଼ା ହୁଏ । ଆଉ ସଂପର୍କରେ ବିଶ୍ୱାସର ଅଭାବ ଯୋଗୁଁ ସବୁଦିନ ପାଇଁ ଏକ ସୁନ୍ଦର ସଂପର୍କରେ ଯବନିକା ପଡ଼ିଯାଏ ।