ସାଧରଣ ଭାବେ ୧୦୦ ଗ୍ରାମ ଓଜନର କେଉଁ ଖାଦ୍ୟରୁ ଶରୀର କେତେ କାଲୋରି ପାଏ ତାହା ଜାଣିନ୍ତୁ । ଭାତରୁ ୧୧୮ କାଲୋରି, ସମ୍ବର ଭାତରୁ ୮୪ କାଲୋରି ଓ ଦହି ଭାତରୁ ୮୭ କାଲୋରି । ମିଠା କାନିକାରୁ ୨୪୪ କାଲୋରି, ଏଣ୍ଡୁରି ପିଠାରୁ ୯୬ କାଲୋରି, ସାଧା ଦୋସାରୁ ୨୧୬ କାଲୋରି, ମସଲା ଦୋସାରୁ ୨୧୨ କାଲୋରି, ଉପମାରୁ ୧୧୮ କାଲୋରି, ଅଟା ରୁଟିରୁ ୩୩୯ କାଲୋରି, ପୁରିରୁ ୪୨୫ କାଲୋରି, ମଇଦା ପୁରିରୁ ୪୮୭ କାଲୋରି, ପରଠାରୁ ୪୬୧ କାଲୋରି, ବୁଟ ଡାଲିରୁ ୧୮୮ କାଲୋରି, ମୁଗ ଡାଲିରୁ ୧୨୦ କାଲୋରି, ହରଡ ଡାଲିରୁ ୧୧୫ କାଲୋରି, କଫିରୁ ୫୨ କାଲୋରି, ଚାହାରୁ ୩୬ କାଲୋରି, ଗୋ-ଦୁଧରୁ ୬୫ କାଲୋରି, ମଇଁଷି କ୍ଷୀରରୁ ୧୦୮ କାଲୋରି, ଓମଲେଟରୁ ୧୯୭ କାଲୋରି, ମାଂସ ତରକାରୀରୁ ୧୭୨ କାଲୋରି, ମାଂସ କଷାରୁ ୨୩୯ କାଲୋରି, ଭଜା ମାଛରୁ ୨୨୦ କାଲୋରି ଓ ବିରିୟାନୀରୁ ୨୦୧ କାଲୋରି ମିଳେ । ପ୍ରତି ୧୦୦ ଗ୍ରାମ ଖାଦ୍ୟରୁ ଏତିକି କାଲୋରି ମିଳେ । ତେଣୁ ଆବଶ୍ୟକତା ଅନୁଯାୟୀ ଭୋଜନ କରିବା ସୁବିଧାଜନକ ଅଟେ । ଏହାର ଫଳ ସ୍ୱରୂପ ଆମେ ସଚେ ତନା ହୋଇପାରିବା ଏବଂ ମେଦ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିପାରିବା
