ଭୁବନେଶ୍ବର : ଭୁବନେଶ୍ବର ସହରର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ଟପିଛି । ଚଳିତବର୍ଷ ପ୍ରଥମଥର ଲାଗି ସୋମବାର ସହରର ତାପମାତ୍ରା ୩୬.୫ ଡିଗ୍ରି ରେକର୍ଡ ହୋଇଛି । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ ଏଥର ଆଗୁଆ ଗ୍ରୀଷ୍ମ ପ୍ରବାହ ହେବ। ଚଳିତମାସ ଶେଷ ବେଳକୁ ଦିନର ତାପମାତ୍ରା ଆଉ ଗୋଟିଏରୁ ଦୁଇ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। କେବଳ ଭୁବନେଶ୍ବର ନୁହେଁ, କଟକ ସହରର ତାପମାତ୍ରା ବି ଅନୁରୂପ ଭାବେ ବୃଦ୍ଧି ପାଇ ୩୫.୨ଡିଗ୍ରିରେ ପହଞ୍ଚିଛି । ରାଜ୍ୟର ଅନ୍ୟ ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ତଳେ ରହିଥିଲା ।
