ଦାନ୍ତେବଡ଼ା ଜିଲ୍ଲାରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଆତ୍ମହତ୍ୟା

ଦାନ୍ତେବଡ଼ା ଜିଲ୍ଲାରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଆତ୍ମହତ୍ୟା

ରାଜ୍ୟ ଖବର

ମାଲକାନାଗିରି : ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଆତ୍ମହତ୍ୟା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେବଡ଼ା ଜିଲ୍ଲାରେ ଏଭଳି ଘଟଣା ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ପାଣ୍ଡେ କବାସି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ। ସୂଚନାନୁଯାୟୀ, ଗତ ୧୯ ଫେବୃଆରୀରେ ସି ଏନ୍ ଏନ୍ ସଦସ୍ୟ ପାଣ୍ଡେ କବାସି ପୋଲିସ୍ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ସେ ମାଓବାଦୀଙ୍କ ବିଚାରଧାରାରୁ ଅତିଷ୍ଠ ହୋଇ ଆତ୍ମସମର୍ପଣ କରିଥିବା କହିଥିଲେ। ପରେ ତାଙ୍କୁ ମହିଳା ଡିଆରଜି ଗେଷ୍ଟ ହାଉସ୍ କର୍ଲି ଶାନ୍ତିକୁଞ୍ଜରେ ରଖାଯାଇଥିଲା। ତେବେ ଗତକାଲି ରାତିରେ ଗାଧୁଆ ଘରେ ବେକରେ ଓଢ଼ଣୀ ଲଗାଇ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।