ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ମାମଲା ହଠାତ୍ ବୃଦ୍ଧି ପାଇବାଥିବା ଦେଶର ପାଞ୍ଚୋଟି ରାଜ୍ୟରୁ ଆସି ପହଞ୍ଚୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଆଗାମୀ ଶୁକ୍ରବାର ଠାରୁ ‘ନେଗେଟିଭ୍ କୋଭିଡ୍ ଟେଷ୍ଟ୍ ରିପୋର୍ଟ’ ଅତ୍ୟାବଶ୍ୟକ କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ପଞ୍ଜାବ ଆଦି ରାଜ୍ୟରୁ ଦିଲ୍ଲୀ ଆସୁଥିବା ବ୍ୟକ୍ତିମାନଙ୍କୁ ଆସନ୍ତା ଶନିବାର ଠାରୁ ମାର୍ଚ ୧୫ ତାରିଖ ପର୍ୟ୍ୟନ୍ତ ‘ନେଭେଟିଭ୍ ଆର୍ଟି-ପିସିଆର୍ ଟେଷ୍ଟ୍’ ରିପୋର୍ଟ ଦେଖାଇବାକୁ ପଡ଼ିବ। ଗତ ସପ୍ତାହରେ ସମ୍ପୃକ୍ତ ରାଜ୍ୟମାନଙ୍କରେ ୮୬% ନୂଆ କରୋନାଭାଇରସ୍ ଦେଖା ଦେବାରୁ ଦିଲ୍ଲୀ ସରକାର ଏ ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଶୁଣାଯାଉଛି।
