ଘରର ଏହି କୋଣରେ ରଖନ୍ତୁ ନାହିଁ ଘଡ଼ି, ସୁଖ ସମୃଦ୍ଧିରେ ଆସିପାରେ ବାଧା ଜୀବନରେ ଟିକେ ଖୁସି ପାଇବା ପାଇଁ ଲୋକେ କେତେ କ’ଣ କରୁଛନ୍ତି। ମାତ୍ର କିଛି କାରଣ ପାଇଁ ଲୋକଙ୍କ ଜୀବନରେ ଖୁସି ଆସିକି ବି ତାଙ୍କ ପାଖରୁ ଫେରିଯାଏ। ଯଦି ଆପଣ ନିଜ ଜୀବନରେ ଖୁସି ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସକୁ। ଯାହାଦ୍ବାରା ଆପଣଙ୍କ ଜୀବନରେ କଷ୍ଟ ଦୂର ହୋଇଯିବ। ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଦକ୍ଷିଣ ଦିଗରେ ଘଡ଼ି ରଖନ୍ତୁ ନାହିଁ। କାରଣ ଏହି ଦିଗରେ କଳା ସାୟା ରହିଥାଏ ବୋଲି କୁହାଯାଏ। ଏହା ବ୍ୟତୀତ ଘରର ମୁଖିଆଙ୍କ ଦେହ ସବୁବେଳେ ଖରାପ ହେବା ସହିତ ଆୟୁ ମଧ୍ୟ କମ ହୋଇଯାଏ। ଫ୍ରିଜକୁ ମଧ୍ୟ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ। ଏହି ଦିଗରେ ଅଗ୍ନି ତତ୍ତ୍ବର ପ୍ରତିନିଧିତ୍ବ କରିଥାଏ। ଦକ୍ଷିଣ ପଶ୍ଚିମ କୋଣରେ ଘଡ଼ି ରଖନ୍ତୁ। ଦକ୍ଷିଣ ଦିଗରେ ଅଲମାରୀ, ଟଙ୍କା ବାକ୍ସ, ସୁନା ବାକ୍ସ ଅଥବା ଯେଉଁଥିରେ ଧନ ସମ୍ପତ୍ତି ରଖୁଛନ୍ତି ତାହା ରଖନ୍ତୁ ନାହିଁ । ଆପଣ ଯେତିକି କମାଉଥିବେ ତାହାଠାରୁ ଅଧିକ ଖର୍ଚ୍ଚ ହୋଇଯିବ। ଦକ୍ଷିଣ ଦିଗରେ ଯଦି ଆକ୍ବାରିୟମ୍ ରଖୁଛନ୍ତି ତାହା ଆପଣଙ୍କ ଘର ପାଇଁ ଭଲ।
