ନୂଆଦିଲ୍ଲୀ: ସମଗ୍ର ଦେଶରେ ୧୦ ଟଙ୍କା ଥିବା ରେଳବାଇ ପ୍ଲାଟ୍ଫର୍ମ ଟିକେଟ୍ ସମ୍ପ୍ରତି ୩୦ ଟଙ୍କାକୁ ବୃଦ୍ଧି କରାଯାଇଛି। ରେଳବାଇ କହିବା ଅନୁସାରେ, ଷ୍ଟେସନ୍ଗୁଡ଼ିକରେ ହେଉଥିବା ମାତ୍ରାଧିକ ଜନଗହଳି ରୋକିବା ନିମନ୍ତେ ପ୍ଲାଟ୍ଫର୍ମ ଟିକେଟ୍ ଦର ବୃଦ୍ଧି କରାଯାଇଛି। ଏହା ଏକ ସାମୟିକ ପଦକ୍ଷେପ ବୋଲି ମଧ୍ୟ ରେଳବାଇ ଘୋଷଣା କରିଛି। ଏ ସଂକ୍ରାନ୍ତରେ ଏକ ବିବୃତିରେ ରେଳବାଇ କହିଛି, ଯାତ୍ରୀମାନଙ୍କ ସୁରକ୍ଷା ଏବଂ ଷ୍ଟେସନ୍ଗୁଡ଼ିକରେ ହେଉଥିବା ମାତ୍ରାଧିକ ଜନଗହଳିକୁ ରୋକିବା ଲାଗି ରେଳବାଇ ପ୍ରଶାସନ ଏଭଳି ଏକ ସାମୟିକ ପଦକ୍ଷେପ ଗ୍ରହଣ କରିଛି। ଏହାଦ୍ୱାରା ରେଳ ଷ୍ଟେସନ୍ଗୁଡ଼ିକରେ ସାମାଜିକ ଦୂରତ୍ୱ ଭଳି କୋଭିଡ୍-୧୯ ନିୟମ ରକ୍ଷା କରାଯାଇ ପାରିବ। ଷ୍ଟେସନ୍ଗୁଡ଼ିକରେ ହେଉଥିବା ଜନଗହଳି ପରିଚାଳନା କରିବା ଓ ନିୟନ୍ତ୍ରଣ କରିବା ‘ଡିଭିଜ୍ନାଲ୍ ରେଲ୍େଓ୍ଵ ମ୍ୟାନେଜର୍’ମାନଙ୍କର ଦାୟିତ୍ୱ ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଛି।
