ସନ୍ନି ଦେଓଲଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‌

ସନ୍ନି ଦେଓଲଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‌

ଜାତୀୟ ଖବର

ଗୁରୁଦାସପୁର : ଆଦର୍ଶ ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗରେ ପଞ୍ଜାବର ଗୁରୁଦାସପୁରରୁ ନିର୍ବଚନ ଲଢୁଥିବା ଭାଜପା ପ୍ରାର୍ଥୀ ସନ୍ନି ଦେଓଲଙ୍କୁ ନିର୍ବାଚନ କମିଶନ ଏକ ନୋଟିସ୍‌ ଜାରି କରିଛନ୍ତି। ଫିଲ୍ମ ଅଭିନେତାରୁ ରାଜନେତା ହୋଇଥିବା ସନ୍ନିଙ୍କ ଉପରେ ଅଭିଯୋଗ ହେଉଛି ସେ ପ୍ରଚାର ଅଭିଯାନର ସମୟ ସୀମା ସରିଥିବା ବେଳେ ଶୁକ୍ରବାର ରାତିରେ ପଠାନକୋଟରେ ଏକ ସଭାରେ ଯୋଗ ଦେଇଥିଲେ। ଏହା ସହ ଉକ୍ତ ସଭାରେ ଲାଉଡ୍‌ ସ୍ପିକର ବ୍ୟବହାର କରାଯିବା ସହ ଏଥିରେ ୨ଶହ ଲୋକ ଯୋଗ ଦେଇଥିଲେ ବୋଲି ନିର୍ବାଚନ କମିଶନଙ୍କ ପାଖେ ଖବର ପହଞ୍ଚିଥିଲା। ସୂଚନାଯୋଗ୍ୟ, ମତଦାନର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାରକୁ ବନ୍ଦ କରାଯାଉଥିବା ବେଳେ ସନ୍ନି ଏହାର ଅବମାନନା କରିଥିଲେ।