ଭୁବନେଶ୍ୱର : ଏବେ ଶିମିଳିପାଳ ସହ ବିଭିନ୍ନ ଜଙ୍ଗଲରେ ନିଅାଁ ଲାଗୁଥିବା ଖବର ପ୍ରକାଶ ପାଉଛି । ଯାହାକୁ ନେଇ ପରିବେଶବିତମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ତୀବ୍ର ଉଦବେଗ ପ୍ରକାଶ ମଧ୍ୟ ପାଇବାରେ ଲାଗିଛି । ଏହାକୁ ସରକାର ଗୁରୁତର ସହ ଗ୍ରହଣ କରିଥିବାବେଳେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ପୂର୍ବତନ ପିସିସିଏଫ ଡକ୍ଟର ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଟାସ୍କଫୋର୍ସରେ ପିସିସିଏଫ ଜିତେନ୍ଦ୍ର କୁମାର, ଶଶୀ ପାଉଲ, ପଙ୍କଜ ଅଗ୍ରୱାଲ, ଡେରାଡୁନ ଆଇଏସଏଫଆରଇ ଡିଜିଙ୍କ ପ୍ରତିନିଧି, ହାଇଦ୍ରାବାଦ ଏନଆରଏସସିର ଫରେଷ୍ଟ ଏବଂ ଇକୋଲୋଜିର ମୁଖ୍ୟ, ଓଡ଼ିଶା ପରିବେଶ ସୋସାଇଟର ସମ୍ପାଦକ ଜେକେ ପାଣିଗ୍ରାହୀ ଓ ବାରିପଦାର ବିଜୟ ଅଗ୍ରୱାଲ ସଭ୍ୟ ଅଛନ୍ତି । ଏହି ଟାସ୍କଫୋର୍ସ ଜଙ୍ଗଲରେ ଲାଗିଥିବା ନିଅାଁର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରିବେ । ଏଥିରେ ଗୋଷ୍ଠୀର ଭାଗିଦାରିତା ସମ୍ପର୍କରେ ପରାମର୍ଶ, ନିଆଁ ଦ୍ୱାରା ନଷ୍ଟ ଜଙ୍ଗଲ, ବନ୍ୟପ୍ରାଣୀଙ୍କ ସମ୍ପର୍କରେ ଆକଳନ ଓ ଜଙ୍ଗଲ ନିଅାଁ ପ୍ରତିଷେଧକ ସଂକ୍ରାନ୍ତୀୟ ଏସଓପି ପ୍ରସ୍ତୁତି ପାଇଁ ପରାମର୍ଶ ଦେବେ ।
