ଏପି୍ରଲ ୯ରେ ଓଟିଇଟି ପରୀକ୍ଷା, ମାର୍ଚ୍ଚ ୩୧ ରୁ ଅନଲାଇନରେ ମିଳିବ ଆଡମିଟ କାର୍ଡ

ଏପି୍ରଲ ୯ରେ ଓଟିଇଟି ପରୀକ୍ଷା, ମାର୍ଚ୍ଚ ୩୧ ରୁ ଅନଲାଇନରେ ମିଳିବ ଆଡମିଟ କାର୍ଡ

ରାଜ୍ୟ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି-୨୦୨୧) ଆସନ୍ତା ଏପି୍ରଲ ୯ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବ । ଓଟିଇଟିର ପେପର-୧ ପରୀକ୍ଷା ସକାଳ ୮ ଟାରୁ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ଓ ପେପର-୨ ପରୀକ୍ଷା ଦିନ ୧୨ ଟାରୁ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଚାଲିବ । ଅନଲାଇନରେ ଫର୍ମପୂରଣ କରିଥିବା ପ୍ରାର୍ଥୀମାନେ ନିଜ ରେଜିଷ୍ଟ୍ରେସନ ନମ୍ବର ବା ଇ-ମେଲ ଆଇଡି ବ୍ୟବହାର କରି ବୋର୍ଡର ୱେବସାଇଟ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭ ରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ପ୍ରାର୍ଥୀଙ୍କୁ ଆଡମିଟ କାର୍ଡର କପି ମିଳିବ ନାହିଁ କି ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ ସୁଯୋଗ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଲେଖି ବା ପଢ଼ି ପାରୁନଥିବା ଭିନ୍ନକ୍ଷମ ପ୍ରାର୍ଥୀମାନେ ପରୀକ୍ଷାର ୫ ଦିନ ପୂର୍ବରୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ଜଣାଇବେ । କେନ୍ଦ୍ର ଅଧୀକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କ ପରାମର୍ଶ କ୍ରମେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ଲେଖକ ବ୍ୟବସ୍ଥା କରିବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।