ସୁବର୍ଣ୍ଣପୁର: ବନ୍ଧୁକ ମୁନରେ ବଡ଼ଧରଣର ଲୁଟ୍। ବ୍ୟାଙ୍କ ଠିକା କର୍ମଚାରୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଏଟିଏମ୍ରେ ଟଙ୍କା ଭରିବାକୁ ଯିବା ବେଳେ ଲୁଟି ନେଲେ ଲୁଟେରା। ବାଘଲପୁର ଛକ ନିକଟରୁ ଲୁଟିଲେ । ୩ ବାଇକରେ ଆସିଥିବା ୬ ଜଣ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ୍ ଅଫ୍ ବରୋଦା ବ୍ୟାଙ୍କରୁ ଟଙ୍କା ନେଇ ଉଲୁଣ୍ଡା ଯାଉଥିଲେ କର୍ମଚାରୀ। ବ୍ୟାଙ୍କରୁ ଟଙ୍କା ନେଇ ଇଞଗରେ ଭରିବାକୁ ଯିବା ବେଳେ ଲୁଟ୍ ହୋଇଛି। ଘଟଣା ସ୍ଥଳରେ ଲୁଟେରା ଗୋଟିଏ ବାଇକ ଛାଡ଼ି ଯାଇଥିବା ସୂଚନା ମିଳିଛି।
