ବାଲିଅନ୍ତାରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିଅନ୍ତାରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ରାଜ୍ୟ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତକାଲି ମହିଳା ଜଣକ ରୁମ୍‌ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏ ନେଇ ବାଲିଅନ୍ତା ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମହିଳା ଜଣକ ୫ ମାସର ଗର୍ଭବତୀ ଥିଲେ । ଗତ ଡିସେମ୍ବର ମାସରେ ଯାଜପୁରର ସୁବିର କୁମାର ମଲ୍ଲିକଙ୍କ ସହ ତାଙ୍କର ବିବାହ ହୋଇଥିଲା। ସ୍ୱାମୀ ସ୍ତ୍ରୀ ଉଭୟ ଉଚ୍ଚଶିକ୍ଷିତା ହୋଇଥିବା ବେଳେ ପାହାଳ ନିକଟରେ ଚାକିରି କରୁଥିଲେ । ମୃତ ମହିଳାଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ ଏଥିରେ ଶାଶୂଘରର ୪ ଜଣ ସମ୍ପୃକ୍ତ ଅଛନ୍ତି। କାରଣ ଉଭୟେ ସ୍ୱାମୀ-ସ୍ତ୍ରୀ ୮୦ ଲକ୍ଷ ଟଙ୍କାର ଏକ ଘର କିଣିଥିଲେ। ହେଲେ ଘର କିଣିଥିଲେ ବି କରଜରେ ଥିଲେ। ପୁଣି କଟକ ସିଡିଏରେ ୧୮ ଲକ୍ଷ ଟଙ୍କା ଦେଇ ଜାଗା କିଣିବେ ବୋଲି କହିଲେ। ସେଥିପାଇଁ ମୋ ଭଉଣୀକୁ କିଛି ଟଙ୍କା ଦିଅ ବୋଲି କହିଲେ । ହେଲେ ମୋ ଭଉଣୀ ମନା କରିଥିଲେ। ତାପରେ ଶାଶୂ ଘର ଲୋକେ କହିଲେ ବାପାଙ୍କୁ ମାଗ। ବାପା ଆସି ବୁଝାବୁଝି କରି ଦେଢ଼ ଲକ୍ଷ ଟଙ୍କା ଦେଇ ଯାଇଥିଲେ। କିନ୍ତୁ ପରେ ମୋ ଭଉଣୀକୁ ମାରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି ।