ମୁମ୍ବାଇ: ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦାହେଲେ ପରମବୀର । ମହାରାଷ୍ଟ୍ର ହୋମଗାର୍ଡ ଡିଜି ଭାବେ ବଦଳି ହେଲେ ପରମବୀର । ହେମନ୍ତ ନାଗରାଲେ ହେଲେ ମୁମ୍ବାଇର ନୂଆ ପୋଲସ କମିଶନର । ବିସ୍ଫୋରଣ ଖଚିତ ଗାଡ଼ି ମିଳିବା ଘଟଣାରେ ଗିରଫ ସଚିନ ସିଧାସଳଖ ପରମବୀର ସିଂହଙ୍କୁ ରିପୋର୍ଟ କରୁଥିଲେ। ଆଉ ସଚିନ ଏନଆଇଏ ଦ୍ୱାରା ଗିରଫ ହେବା ପରେ ପରମବୀର ସିଂହ ବିବାଦରେ ଫସିଥିଲେ। ପୂର୍ବରୁ ଫେକ୍ ଏନକାଉଣ୍ଟର ଘଟଣାରେ ସଚିନ ବାଜେ ୧୬ ବର୍ଷ ଧରି ନିଲମ୍ବିତ ହୋଇଥିଲେ। କିନ୍ତୁ ପରମବୀର ସିଂହଙ୍କ ନେତୃତ୍ୱାଧୀନ କମିଟି ହିଁ ତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।
