ଗୃହ ୪ଟା ଯାଏଁ ମୁଲତବି

ଗୃହ ୪ଟା ଯାଏଁ ମୁଲତବି

ରାଜ୍ୟ ଖବର

ଭୁବନେଶ୍ୱର : ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ହଟ୍ଟଗୋଳ ଆରମ୍ଭ କରିଦେଲେ । ବିଧାନସଭାରେ ବିରୋଧୀ ବିଜେପି-କଂଗ୍ରେସ ସଦସ୍ୟଙ୍କ ନାରାବାଜି କରିଥିଲେ । ଗୃହ ମଧ୍ୟ ଭାଗକୁ ଆସି କଂଗ୍ରେସ ତାରା, ସୁର ହୋହଲ୍ଲା କରିଥିଲେ । ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସରକାରଙ୍କ କେନ୍ଦ୍ର ଚିଠି ବିଷୟରେ ଅବଗତ କରିଥିଲେ । ବିଜୁ ପକ୍କାଘର ଲୋଗୋକୁ ନେଇ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଗୃହ ମଧ୍ୟଭାଗରେ ବିଜେପି ବିଧାୟକମାନେ ନାରାବାଜି ମଧ୍ୟ କରିବାକୁ ଲାଗିଥିଲେ । ବିଧାନସଭା ଶୂନ୍ୟକାଳରେ ପୁଣି ଉଠିଲା ବର୍ଦ୍ଧିତ ବିଜୁଳି ଦର ପ୍ରସଙ୍ଗ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନଏକ ପ୍ରତ୍ୟାହାର ଦାବି କଲେ । ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଗୃହ ମଧ୍ୟଭାଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଓ ହୋହଲ୍ଲା । ବିଦୁ୍ୟତ୍ ଦର ବୃଦ୍ଧି ପ୍ରସଙ୍ଗ ଉଠାଇଲା କଂଗ୍ରେସ । ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୪ ଟା ଯାଏଁ ବାଚସ୍ପତି ମୁଲତବି ରଖିଛନ୍ତି ।