ଭୁବନେଶ୍ବର : ବହୁ ସଂଗ୍ରାମ ପରେ ୧୯୩୬ ଏପ୍ରିଲ ୧ ତାରିଖରେ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ପ୍ରତି ବର୍ଷ ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ପାଳନ କରାଯାଏ । ଉତ୍କଳ ଦିବସ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଯେ, ‘ଓଡ଼ିଶାର ନିରନ୍ତର ବିକାଶ ପାଇଁ ମୋର ଶୁଭକାମନା। ଏହି ଭୂମିର ସାଂସ୍କୃତିକ, ଐତିହ୍ୟ, ପ୍ରାକୃତିକ, ସୌନ୍ଦର୍ୟ୍ୟ, ସ୍ଥାପତ୍ୟ, ନୃତ୍ୟ ପାଇଁ ଦେଶ ଗର୍ବିତ ।’ ଏହାସହିତ ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଯେ, ‘ପବିତ୍ର ଉତ୍କଳ ଦିବସ ଅବସରରେ ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ମୋର ଶୁଭକାମନା । ଏହି ଅବସରରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ୍ ସେନାନୀଙ୍କୁ ମୋର କୋଟି କୋଟି ପ୍ରଣାମ । ଆସନ୍ତୁ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସଂକଳ୍ପ କରିବା । ବନ୍ଦେ ଉତ୍କଳ ଜନନୀ ।’
