ଭୁବନେଶ୍ୱର: ରାଜ୍ୟରେ ଏମିତି ବାଘ ସଂଖ୍ୟା କମିଛି । ହେଲେ ବାଘ ଶିକାରୀ ସଂଖ୍ୟା କମିନି । ରାଜ୍ୟ ବାଘ ସଂଖ୍ୟା କମ୍ ଥିବା ବେଳେ ଶିକାରୀ ମାନେ ବାଘକଚ ଶିକାର କରି ବାଘ ଛାଲ ବେପାର କରୁଛନ୍ତି । ଆଜି ଦୁଇ ଜଣ ବାଘ ଛାଲ ଶିକାରୀ ଗିରଫ ହୋଇଛନ୍ତି । କ୍ର୍ରାଇମବ୍ରାଂଚ ଏସଟିଏଫ କବଜାରେ ବାଘ ଛାଲ ଶିକାରୀ । ୪ ଲକ୍ଷର ଡିଲ ବେଳେ ଜଣେ ଶିକାରୀ ଓ ତାର ସହଯୋଗୀ ଗିରଫ ହୋଇଛି । ନୟାଗଡ ଅଂଚଳରୁ ୨ ଜଣଙ୍କୁ କ୍ରାଇମବ୍ରାଂଚ ଏସଟିଏଫ ଧରିଲା । ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଥିବା ସୂଚନା ମିଳିଛି ।
