ଭୁବନେଶ୍ୱର: ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲାରେ କଟକ ପରିବାର ଅଦାଳତରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ପଟିଆଲା ହାଉସ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ହୋଇଛି ଏହି ମାମଲା । ଆଜି ଉଭୟଙ୍କୁ ହାଜର ହେବା ପାଇଁ ପରିବାର କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ପ୍ରକାଶ ଯେ, ଓଲିଉଡର ଏହି ଷ୍ଟାର ଦମ୍ପତ୍ତିଙ୍କ ଛାଡପତ୍ରକୁ ନେଇ ବର୍ଷା କଟକ ସ୍ଥିତ ଦୌରାଜଜଙ୍କ ନିକଟରେ ମାମଲା ରୁଜୁ କରିଥିଲେ । ଏହାପରେ ଅନୁଭବ ଦିଲ୍ଲୀସ୍ଥିତ ପଟିଆଲା ହାଉସ କୋର୍ଟରେ ମାମଲା ଦାୟର କରିଥିବା ଜଣାପଡିଥିଲା । ଉଭୟ ପରସ୍ପର ବିରୋଧରେ ବୟାନ ପ୍ରଦାନ କରିବାରେ ନ୍ୟସ୍ତ ରହିଥିଲେ । ସୋସିଆଲ ମିଡିଆରେ ପରସ୍ପର ପ୍ରତି ଅପମାନ ସୂଚକ ମନ୍ତ୍ୟ ଦେଉଥିଲେ । ବର୍ଷା ଏବଂ ସେ ସ୍ୱାମୀ ସ୍ତ୍ରୀ ପରି ଚଳୁନଥିବା ନେଇ ଅନୁଭବ ଅଭିଯୋଗ କରିଥିଲେ । ସେହିପରି ଅନୁଭବ ମଦ ପିଇ ତାଙ୍କୁ ମାଡ ମାରିବା ସହିତ ନିର୍ଯାତନା ଦେଉଥିଲେ ବୋଲି ବର୍ଷା ଅଭିଯୋଗ କରିଥିଲେ । ଏହାପରେ ସର୍ବୋଚ୍ଚକୋର୍ଟଙ୍କ ତତ୍ତ୍ୱାବଧାନରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନର ପ୍ରୟାସ କରାଯାଇଥିଲା ।
