ଏଭଳି ପ୍ରସ୍ତୁତ କରନ୍ତୁ ପନୀର ପାସ୍ତା

ଏଭଳି ପ୍ରସ୍ତୁତ କରନ୍ତୁ ପନୀର ପାସ୍ତା

ହାଣ୍ଡିଶାଳ

ଆବଶ୍ୟକ ସାମଗ୍ରୀ ପାସ୍ତା – ୧କପ ପାଣି – ୩କପ କଟା ସିମଲା ଲଙ୍କା – ୧ଟି ପେଷା ଟମାଟୋ – ୧ଟି ଅଦା ରସୁଣ ବଟା – ୧ ଚାମଚ ଚିଲି ସସ – ଅଳ୍ପ ଚିଜ – ଆବଶ୍ୟକ ପରିମାଣରେ ଲୁଣ – ଆବଶ୍ୟକ ପରିମାଣରେ ଗରମ ମସଲା – ଅଳ୍ପ ଟମାଟୋ ସସ – ୧ଚାମଚ ତେଲ – ଆବଶ୍ୟକ ପରିମାଣରେ କଟା ଧନିଆପତ୍ର – ଅଳ୍ପ ପନୀର – ଅଳ୍ପ ଦହି – ଅଳ୍ପ ଗୁଜୁରାତି ଗୁଣ୍ଡ – ଅଳ୍ପ ହଳଦୀ ଗୁଣ୍ଡ – ଅଳ୍ପ କସ୍ତୁରୀ ମେଥି – ଅଳ୍ପ ଲେମ୍ବୁ ରସ – ଅଳ୍ପ ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ପନୀର, ଦହି, ହଳଦୀ ଗୁଣ୍ଡ, କସ୍ତୁରୀ ମେଥି, ଗୁଜୁରାତି ଗୁଣ୍ଡ, ଗରମ ମସଲା, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ୧ ଘଣ୍ଟା ରଖି ଦିଅନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ପାସ୍ତା ଓ ଲୁଣ ପକାଇ ୧୦ ମିନିଟ ଫୁଟାନ୍ତୁ। ୧୦ ମିନିଟ ପରେ ଗରମ ପାଣିରୁ ପାସ୍ତା ବାହାର କରି ଥଣ୍ଡା ପାଣିରେ ପକାଇ ଏହାକୁ ଛାଣି ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଳାଇ ରଖିଥିବା ପନୀରକୁ ଭଲ ଭାବେ ଭାଜନ୍ତୁ। ଭାଜିବା ପରେ ଭଜା ପନୀରକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ସେହି କଡ଼େଇରେ ପୁଣି କିଛି ତେଲ ଗରମ କରି ସିମଲା ଲଙ୍କା ଭାଜନ୍ତୁ। ଲଙ୍କା ଭାଜିହେବା ପରେ ଏଥିରେ ଅଦାରସୁଣ ବଟା ପକାଇ ଅଳ୍ପ ସମୟ କଷନ୍ତୁ। କଷିବା ପରେ ପେଷା ଟମାଟୋ, ଚିଲି ସସ, ଲଙ୍କା ଗୁଣ୍ଡ, ଲୁଣ, ପକାଇ ଭଲ ଭାବେ ଗୋଳାନ୍ତୁ। ଗୋଳାଇବା ପରେ ସିଝା ହୋଇଥିବା ପାସ୍ତା, ଭଜା ହୋଇଥିବା ପନୀର ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପନୀର ଟିକ୍କା ପାସ୍ତା।