ନୂଆଦିଲ୍ଲୀ: ୧୦୦% ଭିଭିପାଟ ଗଣତି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ୧୦୦% ଗଣତି ପାଇଁ ଆବେଦନ କରିଥିଲେ ଗୋଟିଏ ଗ୍ରୁପ ଟେକନୋକ୍ରାଟସ । ଏହି ଆବେଦନକୁ ଖାରଜ କରିଦେଲେ ସୁପ୍ରିମକୋର୍ଟଙ୍କ ଅବକାଶ କାଳୀନ ଖଣ୍ଡପୀଠ । ଏହି ଆବେଦନର କୌଣସି ଯୋଗ୍ୟତା ନାହିଁ । କୋର୍ଟ ଏଭଳି ଆବେଦନର ବାରମ୍ବାର ଶୁଣାଣୀ କରିବ ନାହିଁ ବୋଲି ଖଣ୍ଡପୀଠରେ ଥିବା ବିଚାରପତି ଅରୁଣ ମିଶ୍ର କହିଛନ୍ତି । ପ୍ରତିନିଧିଙ୍କୁ ଚୟନ କରୁଥିବା ଲୋକଙ୍କ ରାସ୍ତାରେ କୋର୍ଟ ଆସିପାରିବେ ନାହିଁ। ଦେଶକୁ ତା’ର ସରକାର ନିର୍ବାଚିତ କରିବାକୁ ଦିଆଯାଉ ବୋଲି ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି। ସୂଚନାଯୋଗ୍ୟ, ଚେନ୍ନାଇସ୍ଥିତ ‘ଟେକ୍ ଫର ଅଲ’ ନାମକ ସଂଗଠନ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ତେବେ ପୂର୍ବରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ଵରେ ସୁପ୍ରିମକୋର୍ଟଙ୍କ ଏକ ବୃହତ୍ତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଦେଇସାରିଥିବାରୁ ପୁଣି ଥରେ ଅନୁରୂପ ପିଟିଶନର ଶୁଣାଣି ହୋଇପାରିବ ନାହିଁ ବୋଲି ଜଷ୍ଟିସ ମିଶ୍ର କହିଛନ୍ତି।
