ଚଳିତ ଆଇପିଏଲରେ ମନ୍ଥର ବୋଲିଂ କରି ଆର୍ଥିକ ଦଣ୍ଡର ସମ୍ମୁଖୀନ ହେବାରେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରଥମ ଅଧିନାୟକ ହୋଇଛନ୍ତି । ଶନିବାର ରାତିର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚରେ ସିଏସକେ ନିର୍ଦ୍ଧାରିତ ସମୟରେ ବୋଲିଂ ଶେଷ କରି ପାରିନଥିଲା । ଫଳରେ ଆଇପିଏଲ ଆଚରଣ ସଂହିତା ମୁତାବକ ଅଧିନାୟକ ଭାବେ ଧୋନିଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା କରାଯାଇଥିଲା । ଏହି ବିଷୟ ଆଇପିଏଲ ତରଫରୁ ରବିବାର ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି । ହେଲେ ସିଏସକେ ନିର୍ଦ୍ଧାରିତ ସମୟରେ କେତେ ଓଭର କମ୍ ବୋଲିଂ କରିଥିଲା, ସେହି ବିଷୟରେ କୌଣସି ସୂଚନା ଦିଆଯାଇନାହିଁ ।
