ଭୁବନେଶ୍ୱର, ଏପ୍ରିଲ ୧୨ - ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ ଓ ଏକ କେୟାର ସେଂଟର ପ୍ରତିଷ୍ଠା ପାଇଁ ୩୪୦ କୋଟି ଟଙ୍କା ନିଜସ୍ୱ ପାଣ୍ଠିରୁ ଦାନ କରିବା ପାଇଁ ଘୋଷଣା କରିଥିବାରୁ ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚିଙ୍କ ସହ କଥା ହୋଇ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ଏହି ସୁନାମ ଧନ୍ୟ ଦମ୍ପତି ଓଡ଼ିଶାର ଅନନ୍ୟ ସେବା ପରମ୍ପରାରେ ଏକ ନୂଆ ଫର୍ଦ୍ଧ ଯୋଡ଼ିଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି । ଏ ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ “ଆଜି ଏକ ଖୁସିର ଦିନ । ଆଦରଣୀୟ ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚିଙ୍କ ସହ କଥା ହୋଇ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଦେଲି । ଓଡ଼ିଶାର ଏହି ଦମ୍ପତି ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ ଓ ଏକ କେୟାର ସେଂଟର ପ୍ରତିଷ୍ଠା ପାଇଁ ୩୪୦ କୋଟି ଟଙ୍କା ନିଜସ୍ୱ ପାଣ୍ଠିରୁ ଦାନ କରିବା ପାଇଁ ଘୋଷଣା କରିଛନ୍ତି । ଓଡ଼ିଶାର ଏହି ସୁନାମ ଧନ୍ୟ ଦମ୍ପତି ଓଡ଼ିଶାର ଅନନ୍ୟ ସେବା ପରମ୍ପରାରେ ଏକ ନୂଆ ଫର୍ଦ୍ଧ ଯୋଡ଼ିଛନ୍ତି । ଉକôଳମଣି ଗୋପବନ୍ଧୁ ଦାସ ଏବଂ କଟକର ବାଇମୁଣ୍ଡିଙ୍କ ଉଚ୍ଚ ପରମ୍ପରାକୁ ଆଗେଇ ନେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ତାଙ୍କ ଜୀବନ କୁସୁମିତ ହେଉ ଏବଂ ଏହି ମହତ କାମ ଓଡ଼ିଶାବାସୀଙ୍କୁ ପ୍ରେରିତ କରିବ” ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି । ଏହି ଦମ୍ପତି ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ ଓ ଏକ କେୟାର ସେଂଟର ପ୍ରତିଷ୍ଠା ପାଇଁ ୩୪୦ କୋଟି ନିଜସ୍ୱ ପାଣ୍ଠିରୁ ଦାନ କରିବା ପାଇଁ ଘୋଷଣା କରିଥିବାରୁ କୃତଜ୍ଞତା ଜ୍ଞାପନ କଲେ ଉକôଳମଣି ଗୋପବନ୍ଧୁ ଦାସ ଏବଂ କଟକର ବାଇମୁଣ୍ଡିଙ୍କ ଉଚ୍ଚ ପରମ୍ପରାକୁ ଆଗେଇ ନେଇଛନ୍ତି ଏହି ଦମ୍ପତି ଏହି ମହତ କାମ ଓଡ଼ିଶାବାସୀଙ୍କୁ ପ୍ରେରିତ କରିବ
