ମହାରାଷ୍ଟ୍ରର ଏକ ଗାଁରେ ଭୋଜି ଖାଇ ୯୩ ଜଣ କରୋନା ସଂକ୍ରମିତ

ମହାରାଷ୍ଟ୍ରର ଏକ ଗାଁରେ ଭୋଜି ଖାଇ ୯୩ ଜଣ କରୋନା ସଂକ୍ରମିତ

ଜାତୀୟ ଖବର

ମୁମ୍ବାଇ: ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲା ଅନ୍ତର୍ଗତ ଏକ ଗାଁରେ ଭୋଜି ଖାଇ ୯୩ ଜଣ କରୋନା ସଂକ୍ରମିତ ଜଣାପଡିଛନ୍ତି। ସ୍ଥାନୀୟ ଅଧିକାରୀମାନେ ୭୦୦ ରୁ ଅଧିକ ଲୋକଙ୍କ ଜନସଂଖ୍ୟା ଥିବା ପୋଟା ଗାଁକୁ ନିଷିଧାଞ୍ଚଳ ଘୋଷଣା କରିଦେଇଛନ୍ତି। ଜଣେ ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ଚଳିତ ମାସ ଆରମ୍ଭରୁ ଏକ ଯାଞ୍ଚ ଶିବିରରେ ୧୫ ଜଣ ଗ୍ରାମବାସୀ କରୋନା ସଂକ୍ରମିତ ଜଣାପଡିଛନ୍ତି। ଏହାର କିଛି ଦିନ ପରେ ଆୟୋଜିତ ଦ୍ବିତୀୟ ଶିବିରରେ ୭୮ ଜଣ ସଂକ୍ରମିତ ହୋଇଥିବାର ଜଣାପଡିଥିଲା। କରୋନା ସଂକ୍ରମିତ ହେବା ପୂର୍ବରୁ ଏହି ଲୋକମାନେ ଏକ ଭୋଜିରେ ସାମିଲ ହୋଇଥିଲେ। ନିକଟରେ କରୋନାରେ ଜଣେ ରୋଗୀଙ୍କର ମୃତ୍ୟୁ ହେବାପରେ ପୋଟାରେ ଭୋଜିର ଆୟୋଜନ କରାଯାଇଥିଲା। ଭୋଜିରେ ଅନେକ ଲୋକ ସାମିଲ ହୋଇଥିଲେ। ଏବେ ଏତେ ସଂଖ୍ୟକ କରୋନା ପଜିଟିଭ ବାହାରିବା ପରେ ଗାଁକୁ ନିଷିଧ ଅଞ୍ଚଳ ଘୋଷଣା କରାଯାଇଛି।