ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦର ଗିରଫ ନେଇ ପୋଲିସ କମିଶନର ପ୍ରେସମିଟ କରିଛନ୍ତି । କଟକ ପୁଲିସକୁ ପ୍ରଶଂସା କଲେ ପୋଲିସ କମିଶନର । ପ୍ରେସମିଟରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରି୍ରୟଦର୍ଶୀ ହାଇଦର ଗିରଫ ନେଇ ସମସ୍ତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୧୨୦ ଘଂଟାର ଅପରେସନ ପରେ ତେଲେଙ୍ଗାନାରୁ ହାଇଦରକୁ ଗିରଫ କରାଯାଇଛି , ହାଇଦର ୨ଟି ମାମଲାରେ ସମ୍ବଲପୁର ଜେଲରେ ଆଜୀବନ ସଜା କାଟୁଛି । ଏପ୍ରିଲ ୧୦ ତାରିଖ ଅପରାହ୍ନ ୪ଟାରୁ ଏସସିବି ମେଡିକାଲରୁ ଫେରାର୍ ହୋଇଥିଲା । ସନ୍ଧ୍ୟା ୭ଟା ପରେ କମିଶନରେଟ ପୁଲିସକୁ ଖବର ମିଳିଥିଲା । ମହାରାଷ୍ଟ୍ର , ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଯାଇ ମଧ୍ୟ ପୋଲିସ ତଦନ୍ତ କରିଥିଲା । ହାଇଦରର ପୁରୁଣା ସହଯୋଗୀଙ୍କୁ ଯୋଗାଯୋଗା କରିଥିଲୁ । ୧୧ ତାରିଖରେ ଆନ୍ଧ୍ର ତେଲେଙ୍ଗାନା ଯିବାର ସୂଚନା ମିଳିଥିଲା । ଟେକ୍ନିକାଲ ୱେ ରେ ପୋଲିସ ଧରିବାରେ ସଫଳ ହୋଇଛି । ଟେକ୍ନିକାଲ ୱେରେ ପୋଲିସ ତାର କଂଟାକ୍ଟ ଟ୍ରେସ କରିଥିଲା । କଟକରୁ କାରରେ ସଡକ ପଥ ଦେଇ ଆନ୍ଧ୍ର ଯାଇଥିଲା ହାଇଦର । ଫେରାର ହେବାରେ ପୁଅ ସହଯୋଗ କରିଥିଲା । ୨ଟି ଟିମ ତେଲେଙ୍ଗାନା ଯାଇ ତଦନ୍ତ କରିଥିଲେ । ଚାଉଳିଆଗଞ୍ଜ ଓ ବାଦାମବାଡି ଥାନା ଅଧିକାରୀ ଟିମ ଲିଡ୍ ନେଇଥିଲେ । ତେଲେଙ୍ଗାନାରୁ ଗିରଫ ପରେ ଆଜି ତାଙ୍କୁ ଭୁବନେଶ୍ୱର ଆଣିଥିଲୁ । ମଙ୍ଗଳବାଗ ଥାନାରେ ହୋଇଥିବା ମାମଲାରେ ପୁଲିସ କୋର୍ଟ ଚାଲାଣ କରିବ । ହାଇଦରକୁ ରିମାଣ୍ଡରେ ନେବ ବୋଲି ସିପି କହିଛନ୍ତି ।
