ନାଇଟ୍ କର୍ଫୁ୍ୟକୁ ସଫଳ ପାଇଁ ଆହ୍ୱାନ

ନାଇଟ୍ କର୍ଫୁ୍ୟକୁ ସଫଳ ପାଇଁ ଆହ୍ୱାନ

ରାଜ୍ୟ

ଭୁବନେଶ୍ୱର: ନାଇଟ କର୍ଫୁ୍ୟକୁ ସଫଳ କରିବାକୁ ଆହ୍ୱାନ । ନାଇଟ କର୍ଫୁ୍ୟ ପୂର୍ବରୁ ବିଏମସି କମିଶନର ପ୍ରତିକ୍ରିୟା ଦେଇଛନ୍ତି । କମିଶନର କହିଛନ୍ତି ଯେ, କାଲି ଠାରୁ ଭୁବନେଶ୍ୱରରେ ନାଇଟ୍ କର୍ଫୁ୍ୟ ଆରମ୍ଭ ହେଉଛି , ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫୁ୍ୟ ରହିବ । ସରକାର ନାଇଟ୍ କର୍ଫୁ୍ୟ ଘୋଷଣା ପରେ ମାର୍କେଟରେ ଭିଡ ଜମୁଛି । ନାଇଡ କର୍ଫୁ୍ୟକୁ ନେଇ ଭୟଭୀତ ହୋଇ କିଛି ଲୋକେ ଭିଡ ଜମାଉଛନ୍ତି । ଜରୁରୀକାଳୀନ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି । କେହି ଅସୁବିଧା ସମ୍ମୁଖୀନ ହେବେନି ବୋଲି ଆଶ କରୁଛି । ଅଧିକ ମାତ୍ରାରେ ଲୋକ ଭିଡ ହେଲେ କିଛି ଲାଭ ମିଳିବନି । ସମସ୍ତେ ଅନଲାଇନ, ହୋମ ଡେଲିଭରି ବ୍ୟବସ୍ଥାର ସୁଯୋଗ ନିଅନ୍ତୁ । ନାଇଟ୍ କର୍ଫୁ୍ୟକୁ ସଫଳ କରିବାକୁ ସମସ୍ତେ ସହଯୋଗ କରନ୍ତୁ । ମେଡିକଶ ସର୍ଭିସ, ଏୟାରପୋର୍ଟ ପାଇଁ ଟାକ୍ସି ବ୍ୟବସ୍ଥା ଅଛି ବୋଲି ବିଏମସି କମିଶନର କହିଛନ୍ତି ।