ଦୁଇ ବିଜେଡି ନେତା ନିଲମ୍ବିତ

ଦୁଇ ବିଜେଡି ନେତା ନିଲମ୍ବିତ

ରାଜ୍ୟ

ଭୁବନେଶ୍ୱର : ଦୁଇ ବିଜେଡି ନେତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ସୁନ୍ଦରଗଡ ଜିଲ୍ଲାର ବିଜେଡି ନେତା ଅମରେଶ ପଣ୍ଡା ଓ ବିନୟ ପଣ୍ଡାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ଦୁଇ ନେତାଙ୍କୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ଏକ ବିଜ୍ଞପ୍ତି ଜରିଆରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।