୧୯ରୁ ଉଚ୍ଚଶିକ୍ଷା ଅନୁଷ୍ଠାନ ବନ୍ଦ

୧୯ରୁ ଉଚ୍ଚଶିକ୍ଷା ଅନୁଷ୍ଠାନ ବନ୍ଦ

ରାଜ୍ୟ

ଭୁବନେଶ୍ୱର: ଆସନ୍ତା ୧୯ ତାରିଖ ଠାରୁ ଉଚ୍ଚଶିକ୍ଷା ଅନୁଷ୍ଠାନ କ୍ଲାସ ବନ୍ଦ ରହିବ । ଶ୍ରେଣୀ ଗୃହ କ୍ଲାସ ଏବଂ ସମସ୍ତ ପରୀକ୍ଷା ସ୍ଥଗିତ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ପରିସ୍ଥିତି ଦେଖି ପରେ ପରୀକ୍ଷା ସମୟ ଧାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି । ସମସ୍ତ ହଷ୍ଟେଲ ବନ୍ଦ କରିବାକୁ ଘୋଷଣା କରାଯାଇଛି । ୧୯ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଠିକ ସମୟରେ ସିଲାବସ୍ ସାରିବାକୁ ଅନଲାଇନ କ୍ଲାସ ପରାମର୍ଶ ଦିଆଯାଇଛି । ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନ ୫୦% କର୍ମଚାରୀଙ୍କୁ ନେଇ ଚାଲିବ । ଏନେଇ ସବୁ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ପକ୍ଷରୁ ଚିଠି ଦିଆଯାଇଛି ।