ଭୁବନେଶ୍ବର : ରାଜ୍ୟରେ ପୁଣି ୩ ଜିଲ୍ଲାରେ ଟିକାକରଣ ବନ୍ଦ । ଝାରସୁଗୁଡା, ନୂଆପଡା, କୋରାପୁଟରେ ସମ୍ପୂର୍ଣ୍ଣ ଭାବେ ଟିକା କରଣ ବନ୍ଦ ରହିଛି। ୧୫୦୦ ଟିକା କରଣ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ଟିକା ନଥିବାରୁ ବନ୍ଦ ରଖାଯାଇଛି । ୧୦ଟି ଜିଲ୍ଲାର ସହରାଞ୍ଚଳରେ ହୋଇଥିବା ସପ୍ତାହନ୍ତ ସଟଡ଼ାଉନ ଯୋଗୁ ସେଠି ଟିକା କରଣ ବନ୍ଦ ରଖାଯାଇଛି । ରାଜ୍ୟରେ ଯେତିକି ଟିକା ରହିଛି ତାହା ୨ରୁ ୩ଦିନ ଟିକା କରଣ ହୋଇ ପାରିବ। ରାଜ୍ୟରେ କୋଭିସିଲିଡ଼ ଟୀକା ୩.୬ ଲକ୍ଷ ରହିଛି ଓ କୋଭସ୍କିନ ୨.୩ ଲକ୍ଷ ରହିଛି। ଟୀକା ଅଭାବ ସମ୍ପର୍କରେ ଆମେ କେନ୍ଦ୍ର ସରକାରଙ୍କ ନିକଟକୁ ବାରମ୍ବାର ଚିଠି ଲେଖୁଛୁ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଓଡ଼ିଶାକୁ ଅଧିକ ଟିକା ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାକୁ ଆଉ ୨୫ ଲକ୍ଷ ଟିକା ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କିଛି ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଖୋଲା ବଜାରରେ ଟିକା ଉପଲବ୍ଧ କରିବାକୁ ପ୍ରସ୍ତାବରେ ଦର୍ଶାଇଛନ୍ତି । ବିଶ୍ବରେ ସ୍ବୀକୃତି ଟିକାକୁ ଆମ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଇପାରେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଭାରତରେ ଟିକା ଉତ୍ପାଦନର ପର୍ୟ୍ୟାପ୍ତ ଭିତ୍ତିଭୂମି ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଟିକା ଉତ୍ପାଦନ ବଢାନ୍ତୁ। ଏଥସହ ଦେଶର ସର୍ବାଧୀକ କରୋନା ସଂକ୍ରମିତ ସହରଗୁଡିକୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଉ ଏବଂ ବୟସ କୋହଳ କରାଯାଉ ବୋଲି ଚିଠିରେ ଦର୍ଶାଇଛନ୍ତି।
