ପଞ୍ଜାବ କିଙ୍ଗସ ବିପକ୍ଷରେ ରବୀନ୍ଦ୍ର ଜାଡେଜାଙ୍ଗଙ୍କ ଫିଲ୍ଡିଂ ମ୍ୟାଚରେ ସାଜିଥିଲା ମୁଖ୍ୟ ଆକର୍ଷଣ

ପଞ୍ଜାବ କିଙ୍ଗସ ବିପକ୍ଷରେ ରବୀନ୍ଦ୍ର ଜାଡେଜାଙ୍ଗଙ୍କ ଫିଲ୍ଡିଂ ମ୍ୟାଚରେ ସାଜିଥିଲା ମୁଖ୍ୟ ଆକର୍ଷଣ

ଖେଳ ଖବର

ପଞ୍ଜାବ କିଙ୍ଗସ ବିପକ୍ଷରେ ସୁପର କିଙ୍ଗସର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍ଗ ଫିଲ୍ଡିଂ ମ୍ୟାଚରେ ମୁଖ୍ୟ ଆକର୍ଷଣ ସାଜିଥିଲା । ଅଧିନାୟକ ଲୋକେଶ ରାହୁଲଙ୍କୁ ରନ ଆଉଟ ଏବଂ କି୍ରସ ଗେଲଙ୍କ କ୍ୟାଚ କି୍ରକେଟ ପ୍ରେମୀଙ୍କ ହୃଦୟ ଜିତିଥିଲା । ପଞ୍ଜାବ କିଙ୍ଗସ ଇନିଂସର ୨.୬ ଓଭରରେ ଗେଲ ଷ୍ଟ୍ରାଇକରେ ରହିଥାନ୍ତି । ଏହି ବଲକୁ ସେ ଅଫ ସାଇଡକୁ ଖେଳି ଦ୍ରୁତ ୧ ରନ ଚୋରାଇ ନେବାକୁ ରାହୁଲଙ୍କୁ ଡାକିଥିଲେ । ରାହୁଲ ମଧ୍ୟ ଦୌଡ଼ି ଯାଇଥିଲେ । କିନ୍ତୁ ରାହୁଲ ପହଞ୍ଚିବା ପୂର୍ବରୁ ଜାଡେଜା ଅତି କ୍ଷୀପ୍ର ଗତିରେ ଆସି ବଲକୁ ସିଧାସଳଖ ୱିକେଟକୁ ହିଟ୍ କରିଥିଲେ । ରାହୁଲ ରନ ଆଉଟ ହୋଇଥିଲେ । ସେହିପରି ଦୀପକ ଚହରଙ୍କ ଓଭରରେ ଗେଲ ପଏଣ୍ଟରେ ଏକ ସଟ୍ ଖେଳିବାକୁ ଯାଇ ଜାଡେଜାଙ୍କ ହାତରେ ଧରା ପଡିଥିଲେ । ଜାଡେଜା ଅତି ଚମକ୍ରାର ଭାବେ ଶୂନ୍ୟରେ ଡାଇଭ ଲଗାଇ ବଲକୁ କ୍ୟାଚ କରିଥିଲେ । ଟେଲିଭିଜନରେ ଧାରାବିବରଣୀ ପ୍ରଦାନ କରୁଥିବା ପୂର୍ବତନ ଓପନର ଗୌତମ ଗମ୍ଭୀର ଜାଡେଜାଙ୍କ ଫିଲ୍ଡିଂକୁ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ, ଜାଡେଜା ହେଉଛନ୍ତି ବିଶ୍ୱର ଶ୍ରେଷ୍ଠ ଫିଲ୍ଡର’ ।