ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବାକୁ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥିପାଇଁ ଏକ କମିଟି ଗଠନ କରିଛନ୍ତି । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଜାନକୀ ବଲ୍ଲଭ ପଟ୍ଟନାୟକ ଆବାହକ ଅଛନ୍ତି । ଅନ୍ୟ ସଦସ୍ୟମାନେ ହେଲେ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ବିପିନ ଦାଶ, ଗଣେଶ୍ୱର ବେହେରା, ରଞ୍ଜୀବ ବିଶ୍ୱାଳ, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡ଼ା, ସଂଗ୍ରାମ କେଶରୀ ଜେନା, ସ୍ମୃତି ରଞ୍ଜନ ଲେଙ୍କା, ସୟଦ ୟାସିର ନୱାଜ, ମାନସ ଚୌଧୁରୀ, ବିଶ୍ୱଜିତ ଦାସ, ବିଶ୍ୱ ଭୂଷଣ ଦାସ, ଅମୀୟକୁମାର ପଟ୍ଟନାୟକ, ଜ୍ଞାନଦେବ ବେଉରା, ରଜତ ଚୌଧୁରୀ ଓ ଜିନେଶ ଦାସ । ୨୦ ତାରିଖ ଦିନ କଂଗ୍ରେସ ଭବନରେ କମିଟିର ବୈଠକ ବସି ପ୍ରାର୍ଥୀ ଚୟନ ସମ୍ପର୍କରେ ଆଲୋଚନା ହେବ ।
