ଗରମ ପାଣି ମୁହଁକୁ ଭଲ ଲାଗିନପାରେ ହେଲେ ଏହାର ସ୍ୱାସ୍ଥ୍ୟ ପ୍ରତି ଲାଭ ଆପଣଙ୍କୁ ନିଶ୍ଚୟ ଏହି ପାଣି ପିଇବାକୁ ବାଧ୍ୟ କରିଦେବ । ଏମିତିରେ ୮ରୁ ୧୦ ଗ୍ଲାସ ପାଣି ପିଇବା ଶରୀର ପାଇଁ ଜରୁରୀ ହୋଇଥାଏ । କିନ୍ତୁ ଦିନରେ ୩ଥର ଗରମ ପାଣି ପିଇବାର ଅଭ୍ୟାସ କରିବେ, ତେବେ ଶରୀରକୁ ରୋଗ ଦାଉରୁ ରକ୍ଷା କରାଯାଇପାରିବ । • ସକାଳୁ ଗରମ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରୁ ଚର୍ବି କମିବା ସହ ମୋଟାପଣ କମିଥାଏ । • ଆପଣଙ୍କୁ ସବୁବେଳେ ସର୍ଦ୍ଦିର ଅଭିଯୋଗ ରହୁଥିଲେ, ଗରମ ପାଣି ପିଇବା ରାମବାଣ ଭଳି କାମ କରିବ । • ଋତୁସ୍ରାବ ସମୟରେ ଗରମ ପାଣି ପିଇଲେ ଏହା ଯନ୍ତ୍ରଣାରୁ ଆଶ୍ୱସ୍ଥି ଦିଏ । ଗରମ ପାଣି ସେକ ଦେଲେ ବି ଭଲ କାମ ଦେଇଥାଏ । • ଗରମ ପାଣିର ସେବନ ବାଳ ଓ ତ୍ୱଚା ପାଇଁ ମଧ୍ୟ ଲାଭକାରୀ । ଏହା ଚୁଟି ବଢ଼ିବାରେ ମଧ୍ୟ ସହାୟକ ହୋଇଥାଏ । • ଖୋଲାପେଟରେ ଗରମ ପାଣି ଗୋଟେ ଗ୍ଲାସ ପିଅନ୍ତୁ । ଏପରି ନିୟମିତ ମାସେ ପିଇଲେ ଆପଣଙ୍କ ଗ୍ୟାସ ସମସ୍ୟା ଦୂର ହେବାରେ ସହାୟକ ହୋଇଥାଏ । • ଗରମ ପାଣି ପିଇବା ଦ୍ୱାରା ଶରୀରରେ ଥିବା ଟଳ୍ସିନ ଭଳି ଅଦରକାରୀ ପଦାର୍ଥ ନିଷ୍କାସନହେବାରେ ସାହାଯ୍ୟ କରିଥାଏ । • ହଜମ ଶକ୍ତି ବଢାଏ ଗରମ ପାଣି । ପେଟରେ ଥିବା ଏନଜାଇମକୁ ସକ୍ରିୟ କରାଇଥାଏ ଗରମ ପାଣି । ଫଳରେ ପାଚନ କ୍ରିୟା ଠିକ ହୋଇଥାଏ ।
