ଭୁବନେଶ୍ୱର: ଦେଶରେ କରୋନା ସ୍ଥିତି ଅତି ଭୟଙ୍କର ରୂଦ ଧାରଣ କଲାଣି । ଛାତି ଥରାଇଦେଲା ଭଳି ହାରରେ ମାଡି ଚାଲିଛି କୋଭିଡର ଦ୍ୱିତୀୟ ଲହରୀ । ଦେଶରେ ଦୈନିକ ୩ ଲକ୍ଷ ଉପରେ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଜି ବି ଦେଶରୁ ୩ ଲକ୍ଷ ୩୨ ହଜାର ୭୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ମନେ ହେଉଛି ଯେମିତି କରୋନା ସୁନାମୀ ଗିଳିଯିବ ସାରା ଦେଶକୁ । କୋଭିଡ ଆରମ୍ଭ ହେବା ଦିନଠାରୁ ଏହା ବିଶ୍ୱରେ ସର୍ବାଧିକ ଦୈନିକ ସଂକ୍ରମଣ । ଏହା ଭିତରେ ସାମନାକୁ ଆସିଲା ଆଉ ଏକ ବଡ ଖବର । ତାହା ହେଲା ଅକ୍ସିଜେନ ପରିବହନ ପାଇଁ ଓଡିଶାରେ ଲଢୁଆ ବିମାନ ପହଂଚିଲା । ଓଡିଶାକୁ ଲଢୁଆ ବିମାନ ପଠାଇଲା ତେଲେଙ୍ଗାନା । ଓଡିଶାକୁ ୨ଟି ସି-୧୭ ବିମାନ ତେଲେଙ୍ଗାନା ସରକାର ପଠାଇଛନ୍ତି । ଅନୁଗୁଳରୁ ତେଲେଙ୍ଗାନାରୁ ବିମାନ ଯୋଗେ ଅକ୍ସିଜେନ ପରିହବନ ହେବ ।
