ସପ୍ତାହାନ୍ତ ସଟଡାଉନ ଶନିବାର ସକାଳୁ ଆରମ୍ଭ

ସପ୍ତାହାନ୍ତ ସଟଡାଉନ ଶନିବାର ସକାଳୁ ଆରମ୍ଭ

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ସଟଡାଉନ ବେଳେ ଘଂଟାଏ କୋହଳ ରହିଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଓନର ପି.କେ ଜେନା ସୂଚନା ଦେଇଛନ୍ତି । ରାଜ୍ୟରେ ସମସ୍ତ ସହରାଂଚଳରେ ନାଇଟ୍ କର୍ଫୁ୍ୟ ଜାରି ରହିଛି । ସପ୍ତାହାନ୍ତ ସଟଡାଉନ ଶନିବାର ସକାଳୁ ଆରମ୍ଭ ହେବ । ସପ୍ତାହାନ୍ତ ସଟଡାଉନ ସୋମବାର ସକାଳ ପର୍ଯ୍ୟନ୍ତ ଚାଲୁ ରହିବ । ଶନିବାର ଓ ରବିବାର ଘଂଟାଏ କୋହଳ ରହିବ । ସାଇକେଲିଂ, ଜଗିଂ ଓ ମର୍ଣ୍ଣି ୱାର୍କ କରିପାରିବେ ଲୋକେ । ସକାଳ ୫ଟାରୁ ୬ଟା ଯାଏଁ କଟକଣା କୋହଳ ରହିବ । ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କୁ ସୀମାରେ ଯାଂଚ କରାଯାଉଛି । ଆରଟିପିଆର ନେଗେଟିଭ ରିପୋର୍ଟ ନଥିଲେ ସଂଗରୋଧରେ ରହିବେ ।