ମାଲକାନଗିରି : ମାଓବାଦୀଙ୍କ ଦ୍ଵାରା ଅପହୃତ ହୋଇଥିବା ପୁଲିସ ଏସଆଇଙ୍କୁ ହତ୍ୟା। ଗତ ୩ ଦିନ ତଳେ ଅପହୃତ ହୋଇଥିବା ଡିଆରଜି ଜବାନଙ୍କ ସବ୍ ଇନିସ୍ପେକ୍ଟର ମୁରଲି ତାତିଙ୍କୁ ନକ୍ସଲ ମାନେ ହତ୍ୟା କରିଛନ୍ତି । ଛତିଶଗଡ ବିଜାପୁର କୁସୁମପାରା ଅଞ୍ଚଳରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତ ୨୧ ତାରିଖରେ ମୁରଲୀ ତାତିଙ୍କୁ ଅପହରଣ କରିଥିଲେ ମାଓବାଦୀ। ମେଳା ଦେଖିବାକୁ ପାଲନାଡ ଯାଇଥିବା ବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରିଥିଲେ। ସୂଚନାନୁଯାୟୀ, ଜଗଦଲପର ଠାରେ କାର୍ୟ୍ୟରତ ଥିବା ଏସ.ଆଇ. ମୁରଲି ତାତି ଗତ ଏକ ମାସ ଧରି ଛୁଟିରେ ନିଜ ଘର ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅନ୍ତର୍ଗତ ପାଲନାଡ ଗାଁକୁ ଯାଇଥିଲେ । ହେଲେ ଗତ ୨୧ ତାରିଖ ଦିନ ପାଲନାଡ ଗାଁ ନିକଟରେ ଏକ ମେଳା ଦେଖିବାକୁ ମୁରଲି ସେଠାକୁ ଯାଇଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ମେଳାରେ ଉପସ୍ଥିତ ଥିବା ୪ ଜଣ ନକ୍ସଲ ବନ୍ଧୁକ ଦେଖାଇ ମୁରଲିଙ୍କୁ ଅପହରଣ କରିନେଇଥିଲେ । ଗତ ତିନି ଦିନ ଧରି ମୁରଲିଙ୍କ ସ୍ତ୍ରୀ ଓ ସାନ ଭାଇ ବିଜାପୁର ଜିଲ୍ଲାର ଭିତରେ ଥିବା ବିଭିନ୍ନ ଗାଁକୁ ଯାଇଥିଲେ ହେଲେ ମୁରଲି କିମ୍ବା ନକ୍ସଲ ପନ୍ଥିଙ୍କ ସମ୍ପର୍କରେ କୌଣସି ସୁରାଗ ପାଇନଥିଲେ । ଘଟଣାର ତିନି ଦିନ ପରେ ଏହି ଦୁଃଖଦାୟକ ଖବର ଆସିଛି । ଗତକାଲି ପ୍ରଜା କୋର୍ଟରେ ଡିଆରଜି ଯବାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା ମାଓବାଦୀଙ୍କ ପଶ୍ଚିମ ବସ୍ତର ଡିଭିଜନ ଏକ ଚିଠିରେ ଉଲ୍ଲେଖ କରିଛନ୍ତି ।
