ଆସନ୍ତା ୩୦ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜଗନମୋହନ ରେଡ୍ଡି

ଆସନ୍ତା ୩୦ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜଗନମୋହନ ରେଡ୍ଡି

ଜାତୀୟ ଖବର

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶ ବିଧାନସଭା ଲାଗି ଚାଲିଥିବା ଭୋଟ ଗଣତିରେ ଏବେ ସୁଦ୍ଧା ଓ୍ବାଇଏସ୍‌ଆର୍‌ କଂଗ୍ରେସ ଦଳ ପାଖାପାଖି ୧୪୯ ଆସନରେ ଆଗୁଆ ଥିବା ବେଳେ ବହୁମତ ହାସଲ କରିବା ଲକ୍ଷ୍ୟରେ ରହିଛି ଦଳ। ଏହି ସମୟରେ ଆସନ୍ତା ୩୦ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଓ୍ବାଇଏସ୍‌ ଜଗନମୋହନ ରେଡ୍ଡି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପ୍ରକାଶ କରିଛନ୍ତି ଦଳର ନେତା ଉମାରେଡ୍ଡି ଭେଙ୍କଟେଶ୍ୱରେଲୁ। ତେବେ ଯାହା ଟ୍ରେଣ୍ଡ ଦେଖିବାକୁ ମିଳିଛି ୟୁପିଏ ସହିତ ହାତ ମିଳାଇଥିବା ତେଲୁଗୁ ଦେଶମ୍‌ ପାର୍ଟୀ (ଟିଡିପି)କୁ ଏକ ଶକ୍ତ ଝଟ୍‌କା ଲାଗିଛି । ଗତ ନିର୍ବାଚନରେ ଶତକ ମାରିଥିବା ଟିଡିପି ଏଥର ଅର୍ଦ୍ଧ ଶତକ ମଧ୍ୟ ହାସଲ କରି ପାରି ନାହିଁ । ଆଜି ସନ୍ଧ୍ୟା ସୁଦ୍ଧା ନିଜର ପରାଜୟ ସ୍ୱୀକାର କରି ଟିଡିପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି ।