ଭୁବନେଶ୍ୱର : ରାଜଧାନୀରେ ବଢ଼ିବ ଟିକାଦାନ କେନ୍ଦ୍ର । ମେ’ ୧ରୁ ୧୮ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଭୁବନେଶ୍ବରରେ ଟିକାକରଣ କେନ୍ଦ୍ର ବଢ଼ାଇବାକୁ ଯୋଜନା କରିଛି ବିଏମସି । ଦୁଇଟି ବର୍ଗରେ ଲୋକଙ୍କୁ ଭାଗ କରି ଅଲଗା ଅଲଗା ସମୟରେ ଟିକା ଦେବାର ସୁବିଧା କରାଗଲେ ସୁବିଧା ହୋଇପାରିବ ବୋଲି କୁହାଯାଉଛି । ସେହିପରି ଭୁବନେଶ୍ୱରରେ କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ ବେଡ଼ ସଂଖ୍ୟା ବୃଦ୍ଧି କରାଯାଇଛି । ହସ୍ପିଟାଲରେ ବେଡ଼ ସଂଖ୍ୟା ୩ ହଜାର ରହିଛି । ୪୦୦ ଆଇସି ୟୁ ବେଡ଼ ଅଛି ଏବଂ ୭୦୦ ଏସ ଦି ୟୁ ବେଡ଼ ରହିଛି। ସବୁ ବେଡ଼ ପାଇଁ ଅମ୍ଳଜାନର ବ୍ୟବସ୍ଥା କରାଯାଇଛି। ପାଇପ ଲାଇନ ଯୋଗେ ନଚେତ ସିଲିଣ୍ଡର ଜରିଆରେ ଦିଆଯିବାର ବ୍ୟବସ୍ଥା ରହିଛି। ଭୁବନେଶ୍ବରରେ ଅକ୍ସିଜେନ୍ କୁ ନେଇ କିଛି ସମସ୍ୟା ନାହିଁ । ଏହା ଛଡା ୧୯୨୯ କୋଭିଡ ହେଲ୍ପଳାଇନ ନମ୍ବରକୁ ଆହୁରି ତ୍ୱରାନ୍ୱିତ କାରାଯାଉଛି। ସେହିଭଳି ରାଜଧାନୀରେ ଥିବା ଆହାର କେନ୍ଦ୍ରଗୁଡ଼ିକ ପାଇଁ ନୂଆ ଗାଇଡଲାଇନ୍ କରିବ ବିଏମ୍ସି । ଆଗକୁ ଦିନ ୩ଟା ପର୍ୟ୍ୟନ୍ତ ଆହାର କେନ୍ଦ୍ର ଗୁଡ଼ିକ ଖୋଲା ରଖିବାକୁ ଯୋଜନା ହୋଇଥିବା ବେଳେ କେନ୍ଦ୍ରକୁ ଆସୁଥିବା ଲୋକେ କିଭଳି ସାମାଜିକ ଦୂରତା ଅବଲମ୍ବନ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯିବ ।
