ଏକଜିଟ ପୋଲ : ଜାଣନ୍ତୁ କେରଳରେ କିଏ ସରକାର ଗଢୁଛି ?

ଏକଜିଟ ପୋଲ : ଜାଣନ୍ତୁ କେରଳରେ କିଏ ସରକାର ଗଢୁଛି ?

ଜାତୀୟ ଖବର

ନୂଆଦିଲ୍ଲୀ : କେରଳରେ ବାମ ଦଳର ଦବଦବା ବଜାୟ ରହିବ । ପଶ୍ଚିମବଙ୍ଗ ହାତରୁ ଯିବା ପରେ କେରଳ ହିଁ ବାମଦଳର ସମ୍ମାନ ରକ୍ଷା କରିଛି । ଚଳିତ ନିର୍ବାଚନରେ ବି ପୁଣି ବାମମେଂଟ ବୃହତ ବିଜୟ ହାସଲ କରିବ ବୋଲି ଏକଜିଟ ପୋଲରୁ ସ୍ପଷ୍ଟ ହୋଇଯାଇଛି । ଇଣ୍ଡିଆଟୁଡେ଼ ଆକ୍ସିସ ମାଇ ଇଣ୍ଡିଆର ସର୍ଭେ ଅନୁଯାୟୀ ବାମମେଂଟ ୧୦୪ରୁ ୧୨୦ ଆସନରେ ବାଜିମାତ କରିବ । ଯେତେବେଳେକି କଂଗ୍ରେସ ନେତୃତ୍ୱାଧୀନ ୟୂଡ଼ିଏଫକୁ ୨୦ରୁ ୩୬ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ । ଅପରପକ୍ଷରେ ବିଜେପି କେରଳରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଥିବାବେଳେ ଏନଡ଼ିଏକୁ ୨ଟି ଆସନ ହିଁ ମିଳିବ । ତେବେ ରିପ୍ଲବିକ-ସିଏନଏକ୍ସର ଆକଳନ ଅନୁସାରେ କେରଳରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । କିନ୍ତୁ ବାମମେଂଟକୁ ୭୨ରୁ ୮୦ ଆସନ ମିଳିବ । ଯେତେବେଳେକି କଂଗ୍ରେସ ନେତୃତ୍ୱାଧୀନ ୟୂଡ଼ିଏଫକୁ ୫୮ରୁ ୬୪ ଆସନ ମିଳିବ । ଏନଡ଼ିଏକୁ ୧ରୁ ୫ ଆସନ ମିଳିବ ବୋଲି ଆକଳନ କରାଯାଇଛି । ଟାଇମ୍ସ ନାଓ ସି ଭୋଟର ଏଲଡିଏଫ ୭୮ ଆସନ ପାଇବ ବୋଲି ଆକଳନ କରିଥିବାବେଳେ ଚାଣକ୍ୟ ୭୫ ଆସନ ପାଇବ ବୋଲି ଆକଳନ କରିଛି । ସେହିପରି ଏନଡ଼ିଟିଭିର ସର୍ଭେ ଅନୁଯାୟୀ ଏଲଡିଏଫକୁ ୭୯ ଓ ଇଣ୍ଡିଆ ଟୁଡେ଼ ଆକ୍ସିସ ଅନୁଯାୟୀ ଏଲଡିଏଫ ୯୪ ଆସନ ପାଇବ ।